ମାଗଣା ସ୍ୱାସ୍ଥ୍ୟ ଶିବିର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାଦାମପାହାଡ଼ ଲୌହ ଖଣି କାର୍ଯ୍ୟାଳୟ ପରିସରରେ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଭାରତ ସରକାରଙ୍କ ଶ୍ରମ ଓ କଲ୍ୟାଣ ବିଭାଗ ଓ ବାଦାମପାହାଡ଼ ଲୌହ ଖଣି ରାଜ କୁମାର ମିଶ୍ରାଙ୍କ ପରିଚାଳିତ ଜି ଏମ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆଜାଦି କୀ ଅମୃତ ମହୋତ୍ସବ ପାଳନ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସରକାର, ଶ୍ରମ ଓ କଲ୍ୟାଣ ବିଭାଗ ତରଫରୁ ଭୂବନେଶ୍ୱର ଅବସ୍ଥିତ କଲ୍ୟାଣ କମିଶନର ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ମିଶ୍ର,(ସି ଏଲ ଏସ)ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କରିଥିଲେ । ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ବାଦାମପାହାଡ଼ ଲୌହ ଖଣିର ସିଜିଏମ ଇଂ ଅକ୍ଷୟ ରାଉଳ, ସହଯୋଗୀ ସୌରଭ ଶର୍ମା, କଲ୍ୟାଣ କମିଶନରଙ୍କ ବ୍ୟକ୍ତିଗତ ସଚିବ ସୁନିଲ ପାଣିଗ୍ରାହୀ, ଅଭିଜ୍ଞ ଯୋଡା ଅଂଚଳର ଜିଡିଏମଓ କେନ୍ଦ୍ରାଞ୍ଚଳ ଡାକ୍ତର ଭି କେ କେ ରେଡି, ବଡ଼ବିଲ ଅଂଚଳର ଡ଼ାକ୍ତର ଏସ ଏଅ ଅଲ୍ଲୀ, ଭୂବନେଶ୍ୱରର ଡାକ୍ତର ଏସ ମୁକାରାମ, ପାରାମେଡିକାଲ ଷ୍ଟାଫ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ । ଏଥିରେ ଖଣି ଖାଦାନରେ କାର୍ୟ୍ୟରତ ଶ୍ରମିକ, ଅଂଚଳର ବିଭିନ୍ନ ପ୍ରକାରର ୪୭୮ ରୁ ଉର୍ଦ୍ଧ୍ବ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ତଦସହ ସମସ୍ତଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । କଲ୍ୟାଣ କମିଶନର ଶ୍ରୀଯୁକ୍ତ ଉମେଶ ମିଶ୍ର କେନ୍ଦ୍ର ସରକାରଙ୍କ କଲ୍ୟାଣ ବିଭାଗ ର ବିଭିନ୍ନ ଜନକଲ୍ୟାଣ ଯୋଜନା ,ଖଣି ଶ୍ରମିକ ଶ୍ରମ ପୋର୍ଟାଲ ନାମ ପଂଜୀକରଣ କରିବା, ପଂଜିକୃତ ଶ୍ରମିକଙ୍କ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ବୃତ୍ତି, କନ୍ୟା ବିବାହ ଖର୍ଚ,ପେନସନ ଯୋଜନା ଇତ୍ୟାଦି ର ଲାଭ ନେଇ ପାରିପାରିବେ ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ । ପଂଜିକୃତ ଶ୍ରମିକଙ୍କ ସଂଖ୍ୟା ସାର ଭାରତରେ ଓଡ଼ିଶା ପ୍ରଥମ ।ଖଣି ଅଂଚଳରେ କେନ୍ଦ୍ର ସରକାରଙ୍କ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିରରେ ରୋଗାକ୍ରାନ୍ତ ଶ୍ରମିକ ମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ଔଷଧ ନେଇ ଘରକୁ ଖୁସିରେ ଯାଇଥିଲେ ଏବଂ ସରକାରଙ୍କ କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଗକୁ ଆହୁରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କଲ୍ୟାଣ କମିଶନର ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ କହିଥିଲେ ।