ମାଟିତଳୁ ମୃତଦେହ ଉଦ୍ଧାର ଘଟଣା, ୫ଦିନ ପରେବି ପୁଲିସ ହାତ ଖାଲି

ହାଟଡ଼ିହି (ସୌମ୍ୟରଞନ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଣା ଗ୍ରାମରୁ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଘଟଣାର ୫ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇପାରିନି । ନନ୍ଦିପଦା ପୁଲିସ ଗ୍ରାମରକ୍ଷୀ ଗୋøରାଙ୍ଗ ଯେନାଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଥାନା କେସନଂ୭୩/୨୦୧୯ ଦଫା ୩୦୨, ୨୦୧ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେବି ଅଭିଯୁକ୍ତ ପାଖରେ ପହଞ୍ଚିପାରିନି । ମୃତ ଦେହଟି ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତାର ବୋଲି ପରିବାର ଲୋକେ ଚିହ୍ନଟ କରିବାପରେ ଶବକୁ ପୋଷ୍ଟମଟମ ପାଇଁ ପଠାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମଧୁସ୍ମିତାର ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି । ଏଠାରେ ସୁଚନାଯୋଗ୍ୟ ଯେ ଅଣା ଗ୍ରାମର ପ୍ରଦୀପ ମଲ୍ଲିକ ଏକ ଯାତ୍ରାପାର୍ଟିରେ କାମ କରୁଥିବାବେଳେ ସୋର ଥାନା ପାଟଣା କୁଆଁରା ଗ୍ରାମର ମଧୁସ୍ମିତା ନାୟକ ନାମକ ଜଣେ ଯାତ୍ରା କଳାକାରକୁ ଭଲପାଇ ବିବାହ କରିଥିଲେ । ତାଙ୍କର ଏକ ୬/୭ବର୍ଷର ଶିଶୁପୁତ୍ର ଅଛି । ଗତ କିଛିମାସ ହେଲା କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡାଝାଟି ଲାଗୁ ଥିବାବେଳେ ପ୍ରଦୀପ ମଧୁସ୍ମିତାକୁ ପିଟାମରା କରୁଥିଲା । ଗତ ରଜ ସମୟରୁ ମଧୁସ୍ମିତା ନିଖୋଜ ହୋଇଯିବା ଓ ଗତ କିଛିଦିନ ତଳେ ଘର ପଛପଟୁ ଦୁର୍ଗନ୍ଧ ବାହାରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେବାରୁ ପୁଲିସକୁ ସୁଚନା ଦେବାପରେ ପୁଲିସ ଗତ ୯ତାରିଖ ଦିନ ମାଜିଷ୍ଟେଟ ଓ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ସନ୍ଦେହ କରାଯଉଥିବା ସ୍ଥାନକୁ ଖୋଳିବାପରେ ମଧୁସ୍ମିତାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ