ମାଟୋଆ ନିର୍ବାଚନର ଶେଷ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଦିନ ଶେଷ ପର୍ଯର୍୍ୟାୟରେ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥିରେ ସଂଘର ସଂପାଦକ ଆସନ ପାଇଁ ମହେଶ କୁମାର ସିଂ ତାଙ୍କର ଶତାଧିକ ସମର୍ଥକଙ୍କ ସହ ମାଟୋଆ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମୁଦାୟ ଏହି ନିର୍ବାଚନରେ ୧୧ ପ୍ରାର୍ଥୀ ବିଭିନ୍ନ ଆସନ ରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ଶନିବାର ନଭେମ୍ବର ଦୁଇ ତାରିଖ ପ୍ରାର୍ଥୀପତ୍ର ଜାଂଚ ଏବଂ ନଭେମ୍ବର ତିନି ତାରିଖ ,ଚାରି ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁଥିବାବେଳେ ପାଞ୍ଚ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ , ନଭେମ୍ବର ନଅ ତାରିଖରେ ଭୋଟ ଗ୍ରହଣ ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ବୋଲି ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଖଣି ଅଂଚଳରେ ମାଟୋଆ ନିର୍ବାଚନ ପରିବହନ ବ୍ୟବସାୟର ଏକ ପ୍ରମୁଖ ସଂଘ ନିର୍ବାଚନ ହୋଇଥିବାରୁ ଏହି ଆସନଗୁଡିକୁ ହାତେଇବା ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଉଦ୍ୟମ କରାଯାଉଛି ।


