ମାଟ୍ରିକ ପରୀକ୍ଷାରେ କପିକରି ଧରାପଡିଲେଣି ୯ପରୀକ୍ଷାର୍ôଥ
ହାଟଡ଼ିହି: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାରେ ସରକାର ସଫଳ ହୋଇପାରିନି । କେବଳ ସିସିଟିଭି ଲାଗିଥିବା କେନ୍ଦ୍ର ଗୁଡିକରେ ପରୀକ୍ଷା ଅତି ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଚାଲିଥିବାବେଳେ ସିସିଟିଭି ଲାଗି ନଥିବା ପରୀକ୍ଷାକେନ୍ଦ୍ର ଗୁଡିକରେ କପି ହେଉଥିବା ଅଭିଯୋଗ ହେଉଛି । ସମସ୍ତ କେନ୍ଦ୍ରରେ ସିସିକ୍ୟାମେରା ନଲଗାଇ ଅଳ୍ପ କିଛି ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକର ୧୩ଟି ପରୀକ୍ଷାକେନ୍ଦ୍ର ମଧ୍ୟରୁ ମାତ୍ର ୭ଟିରେ ସିସି କ୍ୟାମେରା ଲାଗିଥିବାବେଳେ ଅନ୍ୟ ୬ଟି ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇ ନାହିଁ । ଫଳରେ ଏହିସବୁ ପରୀକ୍ଷାକେନ୍ଦ୍ରରେ କପି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ୯ଜଣ ପରୀକ୍ଷାଥି ସ୍କ୍ୱାର୍ଡ ହାତରେ ଧରାପଡିଲେଣି । ଆଜି ୩ଟି ପରୀକ୍ଷାକେନ୍ଦ୍ରରେ କପି ଚାଲିଥିବାବେଳେ ୬ଜଣ ସ୍କ୍ୱାର୍ଡ ହାତରେ ଧରାପଡିଛନ୍ତି । ଆଜି ନନ୍ଦିପଦା ହାଟ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ କପି କରୁଥିବାବେଳେ ଦୁଇଜଣ ପରୀକ୍ଷାର୍ôଥ ଧରା ପଡିଥିବାବେଳେ ବି.କେ ହାଇସ୍କୁଲ ସୋସା ପରୀକ୍ଷାକେନ୍ଦ୍ରରେ ଦୁଇଜଣ ଓ ବାଲିବରେଇ ପରୀକ୍ଷାକେନ୍ଦ୍ରରେ ଦୁଇଜଣ ଧରାପଡିଛନ୍ତି । ପୁର୍ବରୁ ଡଅଁର ପରୀକ୍ଷାକେନ୍ଦ୍ରରେ ଦୁଇଜଣ ଓ ନନ୍ଦିପଦା ହାଟ ହାଇସ୍କୁଲରେ ମଧ୍ୟ ଜଣେ ପରୀକ୍ଷାର୍ôଥ କପିକରି ଧରାପଡିଥିଲେ ।


