ବିପଦକୁ ଡାକୁଛି ଭଙ୍ଗା ବିଦ୍ୟୁତ ଖୁଣ୍ଟ

ହାଟଡ଼ିହି : ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ବାଉଁଶ ଠେକା ଦିଆଯାଇ ବିଦ୍ୟୁତ୍ ସରବରାହ କରାଯାଉଥିବାରୁ ଏହା ବିପଦକୁ ବରଣ କରୁଛି ଲୋକେ କହୁଛନ୍ତି । କେତେବେଳେ ଯେ ଭାଙ୍ଗି ପଡିବ ତାହା କହି ହେବନି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଗ୍ରାମର ମଝିସାହିରେ ଥିବା ଏକ ପୁରୁଣା ବିଦ୍ୟୁତ ଖୁଣ୍ଟର ମୁଳ ନଷ୍ଟ ହୋଇଯିବାରୁ ତାହା ଗତ ବର୍ଷେ ହେଲା ଶୋଇଯାଇଥିଲା । କାହା ଉପରେ କେତେବେଳେ ଖୁଣ୍ଟି ଭାଙ୍ଗି ପଡିବ ଏହି ଆଶଙ୍କାରେ ଗ୍ରାମର କିଛି ବ୍ୟକ୍ତି ଦୁଇଟି ବାଉଁଶ ଠେକାଦେଇ ଖୁଣ୍ଟଟିକୁ ଅଟକାଇ ରଖି ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ସୁଚନା ଦେଇଥିଲେ । କିନ୍ତୁ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି । ପବନ ଟିକିଏ ହେଲେ ଖୁଣ୍ଟଟି ଦୋହଲୁ ଥିବାରୁ କେତେବେଳେ ଯେ କାହା ଉପରେ ପଡି ଧନଜୀବନ କ୍ଷତି ନକରିବ ସେନେଇ ଆଶଙ୍କା ଦେଖା ଦେଇଛି । ଏଣୁ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ଏହି ବିପଦଶଙ୍କୁଳ ଖୁଣ୍ଟଟିକୁ ପରିବର୍ତ୍ତନ କରି ନୁତନ ଖୁଣ୍ଟ ବସାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ