ମାଣିତରା ମେଡ଼ିକାଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସାମୁହିକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ, ଅଧ୍ୟାପକ ଡକ୍ଟର ପ୍ରିୟବ୍ରତ ପ୍ରଧାନ ଯୋଗଦେଇଥିଲେ। ଏହି ସ୍ୱାସ୍ଥ୍ୟ ସଚେତନତା ଶିବିରରେ କେବଳ ଛାତ୍ରୀମାନେ ଯୋଗଦେଇଥିଲେ। ଡାକ୍ତର ଶ୍ରୀ ରାଉତ ଓ ଡାକ୍ତର ଶ୍ରୀ ବିଶ୍ୱାଳ ଛାତ୍ରୀମାନଙ୍କୁ ଋତୁସ୍ରାବ ଜନିତ ପରିଛନ୍ନତା ବିଷୟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟରେ ସଚେତନତା କରିଥିଲେ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଗଙ୍ଗା ସାହାଣି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ