ମାତା ଅନୁସୂୟା ଦାସୀଙ୍କ ପ୍ରବଚନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମାତା ଅନୁସୂୟାଦାସୀ (ଅନୀତା ମିଶ୍ର)ଙ୍କ ପ୍ରବଚନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଡାକ୍ତରବାଞ୍ଜିରି ଗ୍ରାମରେ । ମାତା ଅନୁସୂୟାଦାସୀ ଡାକ୍ତରବାଞ୍ଜିରି ଗ୍ରାମରେ ହେଉଥିବା ସତସଙ୍ଗରେ ଯୋଗଦେଇ ପ୍ରବଚନ, ଆଧ୍ୟାତ୍ମିକ ସଙ୍ଗୀତ ପରିବେଶଣ କରିଥିଲେ । ଏଥିରେ ଗ୍ରାମାଞ୍ଚଳର ଶତାଧିକ ଲୋକେ ଯୋଗ ଦେଇ ମନ୍ତ୍ରମୁଗ୍ଧ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଥିଲା । ଭକ୍ତ ବା ଶ୍ରଦ୍ଧାଳୁଙ୍କ ପ୍ରବଚନ ମୋହିତ କରିଥିଲା । ଅନୁସୂୟାଦାସୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନୀ ଲୀଳା, ଭାଗବତ ପାରାୟଣ ଆଦି ସମ୍ପର୍କରେ ପ୍ରବଚନ ଦେଇଥିଲେ । ଏଥିରେ ପାରଳାର ସଙ୍ଗୀତଜ୍ଞ ତଥା ଆଧ୍ୟାତ୍ମିକ ବିଶ୍ୱାସୀ ଗୁରୁ କୌଳାସ ପଟ୍ଟନାୟକ ଆକର୍ଷଣୀ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଏସ୍.କୁମାର ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଉଲ୍ଲେଖିତ ଗ୍ରାମରେ ପ୍ରତି ରବିବାର ସତସଙ୍ଗ ଅନୁଷ୍ଠିତ ହେଉଛି ଏବଂ ବିଭିନ୍ନ ସମୟରେ ବିଭିନ୍ନ ସାଧୁ, ସ୍ୱାଧ୍ୱୀ ଯୋଗଦେଇ ପ୍ରବଚନ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାନ୍ତି ।


