ମା’ଥାନପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ଅନୁଷ୍ଠିତ ହେଉଥିବା ମା’ଥାନପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୮ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ଭାଇପର ଇଲେଭେନ ସରମରା ଓ ବେଲଗଢ଼ିଆ ବର୍ତ୍ତନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଇପର ଇଲେଭେନ୍ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୬ ଓଭରରେ ୫ ଉଇକେଟ ହରାଇ ୩୬ ରନ୍ ସଂଗ୍ରହ କରିଥିଲା । ଜବାବରେ ବେଲଗଢ଼ିଆ ୪ ଓଭରରେ ୬ ଉଇକେଟ ହରାଇ ୪୦ ରନ୍ କରି ଚମ୍ପିୟନ ହୋଇଥିଲା । ମ୍ୟାଚ୍‌ରେ ଅମ୍ପାୟର ଭାବେ ରାଜେଶ ବିଶ୍ୱାଳ, ସୀତାଂଶୁ ଜେନା, ଅନିରୁଦ୍ଧ ଜେନା, ସତ୍ୟପ୍ରକାଶ ରାଉତ, ଭାଷ୍ୟକାର ଭାବେ ଦେବାନନ୍ଦ ମହାପାତ୍ର, ତପନ ଜେନା, ସୁଧିର ରାଉତ, ସ୍କୋରର ଭାବେ ଆକାଶ ଜେନା, ଦୀପୁନ ପାତ୍ର, ଭାଗିରଥି ରାଉତ ଦାୟୀତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଅନିରୁଦ୍ଧ ଜେନା, ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ, ଶିକ୍ଷକ ରମାକାନ୍ତ ରାଉତଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ରଂଗାଧର ନାୟକ, ବିଶ୍ୱନାଥ ଜେନା, ମୁକ୍ତିକାନ୍ତ ମହାନ୍ତି, ଭାଗିରଥି ରାଉତ, କାଳିଆ ଜେନା, ବିଜୁ ନାୟକ, ମଣ୍ଟୁ ଜେନା ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ