ପାଗଳ କୁ ପିଲା ଚୋର କହି ମାଡ଼
ଚିକିଟି,(କୁରେଶୁ ସାହୁ):କେ.ନୂଆଗାଁ ଥାନା ଅନ୍ତର୍ଗତ ଲିଆଖାଇ ରେ ଆଜି ଏକ ଯୁବକ କୁ ପିଲା ଚୋର କହି ଲୋକ ମାଡ଼ ମାରିଛନ୍ତି ଯାହା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଯୁବକ ଜଣକ ଉକ୍ତ ଗ୍ରାମର ମୋହନ ନାଇକ ଙ୍କ ୧୦ ବର୍ଷ ର ଝିଅ ଖେଳୁ ଥିବା ବେଳ ତାକୁ ଉଠାଇ ନେଉଥିବା ଅଭିଯୋଗ ରେ ଲୋକ ତାକୁ ପିଲା ଚୋର ଭାବି କାବୁ କରିଥିଲେ । ତା ହାତରେ ଏକ ବ୍ୟାଟରୀ ଓ ପର୍ଫ୍ୟୁମ ବୋତଲ ଥିବା ଦେଖି ସନ୍ଦେହ ରେ ପିଲା ଚୋର ଭାବି ଧରି ନେଇଥିଲେ ଲୋକେ । ଝିଅ ଟି ସଂଜ୍ଞାହିନ ଥିବା ଅଭିଯୋଗ କରି ଲୋକଙ୍କ ସନ୍ଦେହ ବଢିଥିବା କହୁଥିବା ବେଳେ ପୋଲିସ ତାକୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ଥାନା କୁ ଆଣିଥିବା କହିଛନ୍ତି ସେକେଣ୍ଡ ଅଫିସର ଶିଶିର କୁମାର ସାହାଣୀ । ଅନୁସନ୍ଧାନ ପରେ ଲୋକଟି ବିଜୟାଉଡା ଅଂଚଳର ବୋଲି ସୂଚନା ପାଇ ତାର ମା ସହ ଆଲୋଚନା ମଧ୍ୟ କରିଥିବା ଶ୍ରୀ ସାହାଣୀ କହିଛନ୍ତି ଏବଂ ତାକୁ ତା ଘରକୁ ପଠାଜିବା ର ବ୍ୟବସ୍ଥା ମଧ୍ୟ ପୋଲିସ କରିଛି ।


