ମାଧବରୀଡା ତ୍ରିବେଣୀ ସଙ୍ଗମରେ ଗୀତା ଯଜ୍ଞ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସୋମବାର ବେଣୀପଲ୍ଲୀ ପଞ୍ଚାୟତ ଅଧିନସ୍ଥ ମାଧବରିଡା ତ୍ରିବେଣୀ ଆଶ୍ରମ ଠାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭମନାସି ବୈଷ୍ଣବ ଗୀତା ଯଜ୍ଞ ଆୟୋଜିତ ହୋଇଯାଇଛି I ମଠାଧୀଶ ଚିଦାନନ୍ଦ ସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ମାନେ ଯୋଗଦାନ କରି ମାତୃ ମଙ୍ଗଳ, ସୂର୍ଯ୍ୟ ପୂଜା ସହ ଗୀତା ଯଜ୍ଞ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l ଉକ୍ତ ପବିତ୍ର ଯଜ୍ଞବିଧିରେ ସ୍ବସ୍ତି ସୁନ୍ଦର ସିଅ ଓ ସହଧର୍ମିଣୀ ମାମାଲି କର୍ତ୍ତା ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ଓ ଅଞ୍ଚଳର ବରିଷ୍ଠ ଭକ୍ତ ବଟକୃଷ୍ଣ ପାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ତ୍ରିବେଣୀ ଆଶ୍ରମ ସନ୍ୟାସୀ ମଦନ ଦାସ,ବରୁଣ ଦାସ, ଭକ୍ତ ଶିବ ରାଉତ, ଅରୁଣ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ l ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା,ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଉପସ୍ଥିତ ରହି ଆଶ୍ରମ ଦ୍ୱାରା ଆୟୋଜିତ ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ଅଞ୍ଚଳର ଶତାଧିକ ଭକ୍ତ ଉପସ୍ଥିତ ରହି ଶ୍ରୀମଦ ଭଗବତ ଗୀତା ସମ୍ପୂର୍ଣ୍ଣ ୭00 ଶ୍ଳୋକ ସାମୁହିକ ପାଠ କରିବା ସହ ଆହୁତି ପ୍ରଦାନ କରିଥିଲେ l ବିଶେଷତଃ ଏହି କାର୍ଯ୍ୟକ୍ରମରେ ଗୀତା ଯଜ୍ଞ ସମୟରେ ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସିଧା ପ୍ରସାରଣ ଭକ୍ତ ମାନଙ୍କ ନିମନ୍ତେ ଅଯୋଧ୍ୟା ଭଳି ପରିବେଶ ତିଆରି କରିଥିଲା l