ମାନବ ସେବା ହିଁ ପ୍ରକୃତ ମାଧବ ସେବା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ମଣିଷ ସମାଜ ଦୁଇଭାଗ ରେ ବିଭକ୍ତ ହୋଇ ପରସ୍ପର ବିରୁଦ୍ଧରେ ଲଢେଇ କରି ନିଜେ ନିଜର ଧନ ଜୀବନକୁ ଆହୁତି ଦେଇଥିଲା।ଏବେ ବିଶ୍ୱମହମାରି କରୋନା କାୟା ବିସ୍ତାର ପୂର୍ବକ ତୃତୀୟ ବିଶ୍ଵଯୁଦ୍ଧ ରୂପେ ସମଗ୍ର ବିଶ୍ୱ କୁ ଆତଙ୍କିତ ଅବସ୍ଥାରେ ରଖିଛି lଧନୀ, ଗରିବ,ଉଚ୍ଚ, ନୀଚ,କଳା,ଗୋରା, ସମସ୍ତେ ଭୟଭୀତ।ଏହି ଭଳି ଘଡିସନ୍ଧି ସମୟରେ ଭଗବାନ ଙ୍କ ଦୂତ ଭାବେ କରୋନା ଯୋଦ୍ଧା ସାଜି ଯେଉଁ ମାନେ ଦିନରାତି ଏକ କରି ଲୋକଙ୍କୁ ସେବା ଜଗାଉଛନ୍ତି ସେ ଭିତରକୁ କଳାହାଣ୍ଡି ଜିଲ୍ଲା ର ଆଞ୍ଚଳିକ ପରିବହନ ଅଫିସର ଶ୍ରୀଯୁକ୍ତ ଦୀନବନ୍ଧୁ ଶୁଣ୍ଢି ଅନ୍ୟତମ।ଜଣେ ମିଷ୍ଟ ଭାଷୀ,ନମ୍ର, ମେଳାପୀ, ସୁଦକ୍ଷ ଅଫିସର ଭାବେ ଦୀର୍ଘ ୯ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ନିଷ୍ଠାପର ଭାବେ କଳାହାଣ୍ଡି ବାସୀ ଙ୍କ ସେବା କରିଆସୁଛନ୍ତି ଏବଂ କଳାହାଣ୍ଡି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି।ପ୍ରବାସୀ ଶ୍ରମିକ ମାନେ ନିଜ ଜନ୍ମମାଟି କୁ କିପରି ସୁରକ୍ଷିତ ଭାବେ ପହଞ୍ଚିବେ ସେଥିନିମନ୍ତେ ଦିନ ରାତି ଏକ କରି ଶ୍ରୀ ଶୁଣ୍ଢି ଡ୍ରାଇଭର, ହେଲ୍ପର ,ଗାଡି ମାଲିକ ଙ୍କ ମଧ୍ୟରେ ଏକ ସ୍ନେହ ଓ ଶ୍ରଦ୍ଧା ର ଯୋଗସୂତ୍ର ରକ୍ଷାକରି ଲୋକଙ୍କ ନେବା ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରି ସମଗ୍ର ଜିଲ୍ଲା ରେ ପ୍ରସଂସାର ପାତ୍ର ପାଲଟିଛନ୍ତି।ଲକ ଡାଉନ ସମୟରେ ଏ ଭଳି ଜଣେ ସୁଦକ୍ଷ ଓ ନିଷ୍ଠାବାନ ଅଫିସର କୁ ପାଇ କଳାହାଣ୍ଡି ବାସୀ ଅତ୍ୟନ୍ତ ଖୁସି।ଏହି ମହାବିପତ୍ତି ସମୟରେ ମାନବିକତା କୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନିର୍ଦେଶ ଅନୁସାରେ କଳାହାଣ୍ଡି ବାସୀ ଙ୍କ ସେବକରିବା ମୋର ପ୍ରଧାନ ଧର୍ମ ବୋଲି ଶ୍ରୀ ଶୁଣ୍ଢି କହିଛନ୍ତି।