ମାନସିଂବଜାର ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ

ବାଲେଶ୍ୱର,(ଯୁଗାବ୍ଦ ନୁୃ୍ୟଜ ) : ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ଶିକ୍ଷାନୁଷ୍ଠାନ ମାନସିଂବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଘଟୋତ୍ତଳନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପରେ ବାଲେଶ୍ୱର ଗାୟତ୍ରୀ ପରିବାର ପକ୍ଷରୁ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ସହିତ ନୂତନ ଶିଶୁ ଭାଇ ଭଉଣୀଙ୍କର ବିଦ୍ୟାରମ୍ଭ ସଂସ୍କାର କରାଯାଇଥିଲା । ଉକ୍ତ ଯଜ୍ଞରେ ମୁଖ୍ୟ ଯଜମାନ ଭାବେ ଦେବ ଦମ୍ପତ୍ତି ମାନନୀୟ ଅଶୋକ କୁମାର ଜେନା ଓ ସହ ଧର୍ମଣୀଙ୍କ ସମେତ ପୁତ୍ର, ପୁତ୍ରବଧୁ ଯଜ୍ଞରେ ଅଂଶଗ୍ରହଣ କରି ପୂର୍ଣ୍ଣାହୁତି ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିଶୁ ଓ ତାଙ୍କର ପିତା-ମାତା ଉପସ୍ଥିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶିଶୁଟିର ଅନ୍ତଃର୍ନିହିତ ଗୁଣର ବିକାଶ ହୋଇ ଭବିଷ୍ୟତରେ ଏକ ସୁନାଗରିକ ଭାବେ ଗଢିତୋଳିବା ସହିତ ଏକ ସୁନ୍ଦର ଭବ୍ୟ ରାଷ୍ଟ୍ର ନିର୍ମାଣ ଦିଗରେ ଏହି ସଂସ୍କାର ଏକ ଦିବ୍ୟ ଭୂମିକା ନିର୍ବାହ କରିବ ଏବଂ ଷୋଡଶ ସଂସ୍କାର ମଧ୍ୟରୁ ଏହା ଅନ୍ୟତମ ବୋଲି ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥୀ ବାରିକ ଓ ପୂର୍ବତନ କାଉନସିଲର ଗୌରୀ ଶଙ୍କର ସାହାଣୀ ଯୋଗଦାନ କରି ବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ସମସ୍ତ ଗୁରୁଜୀ-ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଂପାଦକ ଗୟାଧର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ