ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳି ଥାନା ପିତଳ ଛକ ନିକଟରୁ ଶନିବାର ପୁର୍ବାହ୍ନରେ ପୋଲିସ ଜୈନିକ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିଛି । ଏ ନେଇ ନଂ- ୧୫/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ମିଳିଥିବା ସୂଚନା ପ୍ରକାରେ, ଗତ ୪/୫ ମାସ ପୂର୍ବରୁ ଜୈନିକ ମାନସିକ ଅନଗ୍ରସର ବ୍ୟକ୍ତି କେଉଁ ରାଜ୍ୟରୁ ଆସି ପିତଳ ଛକରେ ଏରେ ତେଣେ ବୁଲୁଥିଲା । ବ୍ୟକ୍ତିଟି ହିନ୍ଦି ଭାଷାରେ କଥାବାର୍ତା କରୁଥିଲା । ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଗ୍ରାମରୁ ଏକ ବିଷଧର ସାପ ଧରି ଆସି ପିତଳ ଛକ ନିକଟରେ ଥିବା ଏକ ଘର ବାରଣ୍ଡାରେ ଶୋଇଥିଲା । ଶନିବାର ସକାଳୁ ସଂପୃକ୍ତ ବ୍ୟକ୍ତିର ମୃତଦେହ ପଡ଼ିଥିବାର ଦେଖି ଗ୍ରାମବାସୀ ହିଂଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ପଠାଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ସର୍ପ ଦଂଶନରେ ମୃତ୍ୟ ହୋଇଥିବା ଅନୁମାନ କରାଯାୁଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ