ମାନସିକ ରୋଗ ଚିହ୍ନଟ ଓ ଚିକିିତ୍ସା ଶିବିର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅପରାହ୍ନରେ ମାନସିକ ରୋଗ ଚିହ୍ନଟ ଓ ଚିକିିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବ୍ରହ୍ମପୁର ନଗର ଚିକିତ୍ସାଳୟର ମାନସିକ ରୋଗ ବିିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ବିଭୁ କଲ୍ୟାଣ ସାହୁ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ପାଗଳାମୀ, ଅବସାଦ, ଛାନଆ, ସୂଚିବାହୀ, ଅପଷ୍ମାର, ଅତ୍ୟଧିକ ଚଳଚଂଚଳ, ପାନ, ସିଗାରେଟ, ଗୁଟଖା, ମଦ୍ୟପାନ ଆଦି ନିଶାସେବନକାରୀଙ୍କ ସମେତ ୩୯ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ରୋଗର ଲକ୍ଷଣ ଅନୁଯାୟୀ ବିଭିନ୍ନ ପ୍ରକାରର ଔଷଧ ମାଗଣାରେ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିପିଏମ ଶଶାଙ୍କ ଶେଖର ପଣ୍ଡା, ପିଏଚଇଓ ମୃତ୍ୟୁଂଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର, ବନବିହାରୀ ନାୟକ, କାଳି ଚରଣ ପାଢି, ଦିଲେଶ୍ୱର ଚୌଧୁରୀଙ୍କ ସମେତ ରବିନ୍ଦ୍ର ସାହୁ, ହରିହର ଚୌଧୁରୀ, ରବି ନାରାୟଣ ପାଣିଗ୍ରାହୀ ପ୍ରମୁଖପୁରୁଷ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ