ମାନିଲେନି ସରକାର ନିୟମ ବାହାରେ ଗାଧୋଇଲେ ପ୍ରବାସୀ ଓଡିଆ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ଆଣିବା ପାଇଁ, କ୍ୱାରେଂନଟାଇନ ଗୃହରେ ସବୁ ପ୍ରକାର ସୁବିଧା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ପଂଚାୟତ ସ୍ଥରରେ । କରୋନା ତାର କାୟା ବିସ୍ତାର କରି ରାଜ୍ୟରେ ବହୁ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ଗଜପତିରେ ୪ଟି ଆକ୍ରାନ୍ତ ବାହାରି ଥିବା ଯୋଗୁଁ ଲୋକଙ୍କ ମନରେ ଭୟଭୀତ ସୃଷ୍ଟି କରିଛି । ଆଗରୁ ଗଞ୍ଜମ ଜିଲ୍ଲା ଓ ଅନ୍ୟ ଜିଲ୍ଲା ଗୁଡିକରେ ପ୍ରବାସୀମାନଙ୍କୁ ଭଲ ସୁବିଧା ନମିଳିଥିବା ଯୋଗୁ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଏପିରି ଏକ ଭିଡିଓ ଗଜପତି ଜିଲ୍ଲା ମୋହନା ବ୍ଳକ ଧାଡିଆମ୍ବ ପଂଚାୟତରେ ବିଦ୍ୟାଳୟରେ ଥିବା କ୍ୱାରେଂନଟାଇନ ଗୃହରୁ ଭାଇରାଲ ହୋଇଛି ଭିଡିଓ । ଏହି କ୍ୱାରେଂନଟାଇନ ଗୃହରେ ୪୨ ଜଣ ପ୍ରବାସୀ ଓଡିଆ ରହିଥିବା ବେଳେ ଏହାର ଦାୟିତ୍ୱରେ ପିଇଓ ରଞ୍ଜିତ ଭୁୟାଁ ରହିଛନ୍ତି । କିନ୍ତୁ ଏହି ପ୍ରବାସୀ ଓଡିଆଙ୍କୁ ପିଇବା ପାଇଁ, ଗାଧୋଇବା ପାଇଁ ପାଣି ନମିଳିବାରୁ ସେମାନେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ମୁତାବକ କୌଣସି ସୁବିଧା କରା ନଯିବାରୁ ପ୍ରବାସୀମାନେ ବିଦ୍ୟାଳୟର ବାହାରେ ଆସି ନଳକୂପରେ ଖୋଲମ ଖୋଲା ଗାଧୋଇବା ସହ ଶୌଚାଳୟ ସଫା ସୁତରା ନଥିବା ଯୋଗୁଁ ବାହାରକୁ ଶୌଚ କରିବାକୁ ମଧ୍ୟ ଯାଇଥିଲେ ଏହାକୁ ଦେଖି ଧାଡିଆମ୍ବ ଗ୍ରାମବାସୀ ଭୟଭୀତ ହୋଇଯାଇଥିବା କହିଛନ୍ତି । ଏବଂ ଏହା ଦାୟିତ୍ୱରେ ଥିବା ପିଇଓ ଉକ୍ତ ଘଟଣା ଦିନ କେଉଁଆଡେ ଚାଲି ଯାଇଥିଲେ । ପ୍ରକାଶ ଥାଉକି ଜିଲ୍ଲାପାଳଙ୍କ ନିର୍ଦେଶକୁ ମୋହନା ବ୍ଳକରେ ଖାତିର ନକରି କ୍ୱାରେଂନଟାଇନ ଗୃହ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଚାରି ଚାରିଟି ଯନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ନିଜ ଘରକୁ ଚାଲି ଯାଇଛନ୍ତି । ଆଗରୁ ବି ଏହିଭଳି ପଳାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଅଂଚଳବାସୀମାନେ ଚର୍ଚ୍ଚା କରୁଛନ୍ତି ଯେ ଜିଲ୍ଲାପାଳ କଥାରେ ହି କହିଚାଲିଛନ୍ତି କିନ୍ତୁ କୌଣସି ପଦକ୍ଷେପ ନେଉଁ ନାହାନ୍ତି ଏପରି ଅମାନିଆ ଯନ୍ତ୍ରୀ ମାନଙ୍କ ପ୍ରତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ