ମା’ରାମାୟାଣାମ୍ମାଙ୍କ ଯାତ୍ରା ନିମନ୍ତେ କମିଟି ଗଠନ
ଛତ୍ରପୁର : ଗ୍ରାମଦେବୀ ମା’ରାମାୟାଣାମ୍ମାଙ୍କ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ପ୍ରତି ୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ମା’ଙ୍କ ଯାତ୍ରା ପୂର୍ବବର୍ଷ ଭଳି ଚଳିତ ବର୍ଷ ମହାଆଡମ୍ବରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମା’ଙ୍କ ଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ମଙ୍ଗଳବାର ଚଣ୍ଡିଛକ ସ୍ଥିତ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଯାତ୍ରା କମିଟି ଗଠନ ହୋଇଥିଲା । ଯାତ୍ରା କମିଟିର ମ୍ୟାନଜର ଭାବେ କେ.ଚନ୍ଦ୍ର ଶେଖର ରେଡ୍ଡୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ସେହିପରି ଆସିଷ୍ଟାଣ୍ଟ ମ୍ୟାନଜର ଭାବେ ଏମ୍.ସମରେନ୍ଦ୍ର ସେନାପତି ଏବଂ ଅନ୍ୟାନ୍ୟ କମିଟି ସଦସ୍ୟଙ୍କୁ ଚୟନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ଭି.ତ୍ରିନାଥ ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟି ଗଠନ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ବି.ଶ୍ରୀନିବାସ, ଟି.ଚନ୍ଦ୍ର ଶେଖର ରାଓ, ଅହିଭୂଷଣ ସାହୁ, ସିଏଚ୍.ପୂର୍ଣ୍ଣ କୁମାର, ଏସ୍.ଦାଲେୟା ରେଡ୍ଡୀ, ସିଏଚ୍.ଦୟାନନ୍ଦ ରେଡ୍ଡୀ, ଚିଙ୍କରା ବେହେରା, ରମେଶ ଚନ୍ଦ୍ର ଛାଟୋଇ, ବାଦଲ କୁମାର ପାଣ୍ଡି, ଏସ୍.ଶ୍ରୀନିବାସ ରେଡ୍ଡୀ, ରବୀନ୍ଦ୍ର କୁମାର ସାହୁ, ଡମ୍ବୁରୁ ସାହୁ, ଟି.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଛତ୍ରପୁର ସହରର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।