ମଧ୍ୟାହ୍ନ ଭୋଜନ ଗାଡି ଓଲଟି ଡ୍ରାଇଭର ଆହାତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ବ୍ଲକର ବିଭିନ୍ନ ସରକାରୀ  ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଏକ ଡାଲା ଅଟୋରେ ସ୍କୁଲ ଅଭିମୁଖେ ଯାଉଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ବାରୁ ରାସ୍ତା କଡକୁ ଡାଲା ଅଟୋଟି ଓଲଟି ପଡିଛିି । ମିଳିଥିବା ଖବର ଅନୁଯାୟୀ ବୁଧବାର ମଧ୍ୟାହ୍ନ ଭୋଜନ ରାଜନପଲ୍ଲୀରେ ଦେଇ ଅଟୋଟି ପ୍ରାୟ ସାଢେ ୧୨ ଟା ସମୟରେ ଆସୁଥିବା ସମୟରେ ମଙ୍ଗଳପୁର – ବେଲପୁଞ୍ଜି ଟ୍ରାନିଂ ପଏଣ୍ଟରେ ଗାଡି ବୁଲାଇବା ସମୟରେ ଅଟୋଟି ଓଲଟି ପଡିଥିଲା । ସେତେବେଳକୁ ବେଲପୁଞ୍ଜି, ମହାସିଙ୍ଗି,ଗୋଠୁଳୀ ଓ ଉପରିଭାଗର ବିଦ୍ୟାଳୟ ଗୁଡିକୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ବାକିଥିଲା ।ଖବର ପାଇ ବେଲଗୁଣ୍ଠା ଏ.ବି.ଇ.ଓ ପ୍ରଶନ୍ନ କୁମାର ବେହେରା, ମଧ୍ୟାହ୍ନ ଭୋଜନ ଯୋଗାଉଥିବା ସଂସ୍ଥା ର କର୍ମଚାରୀ ଅସିତ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡିରେ ବାକି ଥିବା ସ୍କୁଲ ଗୁଡିକୁ ମଧ୍ୟାହ୍ନ ଭୋଜନ ପଠାଇବା ବ୍ୟବସ୍ଥା କରିଥିଲେ ।ଏହି ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ