ମାର୍ଚ୍ଚ ୧୫ ରୁ ଷ୍ଟେୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ଓଡିଶା ଡ୍ରାଇଭର ମହାସଂଘ, କରଞ୍ଜିଆ ଶାଖା ତରଫରୁ ଚେତାବନୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ): ଆଜି କରଞ୍ଜିଆ ଡାକବଙ୍ଗଳା ଠାରେ ଓଡିଶା ଡ୍ରାଇଭର ମହାସଂଘ ର ଆହ୍ୱାନ କ୍ରମେ କରଞ୍ଜିଆ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ୧୫ ତାରିଖ ରୁ ରାଜ୍ୟବ୍ୟାପି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମହାସଂଘର ବ୍ଲକ ସଭାପତି ରତିକାନ୍ତ ମହାନ୍ତ ପ୍ରକାଶ କରିଛନ୍ତି | ୧0ଦଫା ଦାବି ନେଇ ଯଦି ସରକାର ନମାନନ୍ତି ତାହାଲେ ଡ୍ରାଇଭର ମହାସଂଘ ରାଜ ରାସ୍ତାକୁ ଉଲ୍ଲାହିଁ ଆସିବ | ୧0 ଦଫା ଦାବି ମଧ୍ୟରେ ୫୫ ବର୍ଷ ପରେ ମାସକୁ ୫ ହଜାର ଟଙ୍କା ର ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ଙ୍କ ପରିବାର ପାଇଁ ୨0 ଲକ୍ଷ ଟଙ୍କା ର ବୀମା ରାଶି, ଲାଇସେନ୍ସ ପାଇଁ ଯେଉଁ ୧୫ ହଜାର ଟଙ୍କା ରଖାଯାଇଛି ତାହାକୁ ପରିବର୍ତନ କରାଯାଉ ଇତ୍ୟାଦି. ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରଂଜିତ ମହାନ୍ତ, ହେମେନ୍ଦ୍ର ମହାନ୍ତ, ଗୁଣନିଧି ମହାନ୍ତ, ପ୍ରିତୀମୟୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l