ମାର୍ଲବା ଘାଟିରେ ନରକଙ୍କାଳ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଖଜୁରୀପଦା ଫାଣ୍ଡି ଅଧୀନସ୍ଥ ବଡ଼ପଦା ଗ୍ରାମ ନିକଟରେ ତଥା ମାର୍ଲବା ଘାଟି ଉପରେ ଥିବା ଏକ ଝରଣା କୂଳରେ ଏକ ନରକଙ୍କାଳ ପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଅଞ୍ଚଳର କିଛି ପିଲା ମାଛ ଧରିବା ପାଇଁ ସେହି ଝରଣା କୂଳକୁ ଯାଇଥିବା ବେଳେ କଙ୍କାଳକୁ ଦେଖି ଭୟ ଭୀତ ହୋଇ ବିଭିନ୍ନ ସ୍ଥାନରେ ଜଣାଇ ଥିଲେ। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଖଜୁରୀପଦା ଗ୍ରାମର ଲିଟୁ ଦଳାଇ (୩୫) ନାମକ ବ୍ୟକ୍ତି ଏକ ମାସ ହବ ଅର୍ଦ୍ଧପାଗଳ ଅବସ୍ଥାରେ ଘରୁ ଚାଲିଯାଇଥିଲେ । ତେବେ ଶୁକ୍ରବାର ସକାଳୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଘଟଣା ରେ ଅଞ୍ଚଳ ବାସି ସନ୍ଦେହରେ ଲିଟୁ ଦଳାଇ ଭାବି ଘଟଣା ସ୍ଥଳରେ ପହଞ୍ଚି ନରକଙ୍କାଳ କୁ ଦେଖିଥିଲେ | ତେବେ କଙ୍କାଳ ର ହାତରେ ଥିବା ଟାଟୁ ଏବଂ ପିନ୍ଧିଥିବା ପେଣ୍ଟ କୁ ଦେଖି ସେହି ନରକଙ୍କାଳ ଟି ଲିଟୁ ଦଳାଇ ବୋଲି ଚିହ୍ନି ପରିବାର ବର୍ଗ ସବକୁ ପୋଡ଼ି ଦେଇଥିବା ସୂଚନା ମିଳିଛି ।


