ମାଳ ମାଳ ଯୋଜନା କାହାପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ସାତ ସପନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ସାତ ସପନ ହୋଇଯାଇଛି l ଏଭଳି ଏକ ଅଭିଯୋଗ ଆସିଛି ଯେ,ଏହି ଗ୍ରାମର ୭୫ ବର୍ଷୀୟ ରାମପତି ବଳିଆରସିଂ ତାଙ୍କ ସ୍ତ୍ରୀ ବିଲେ ବଳିଆରସିଂ ଙ୍କ ସହ ଏକ ଭଙ୍ଗାଦଦରା ଘରେ ରହୁଛନ୍ତି । ଛପର ନାହିଁ । ପାଲ ଟାଣି ଭଙ୍ଗା ଘରେ ଦୁଇ ଜଣ ବୃଦ୍ଧ ଦମ୍ପତି ଜୀବନ ବିତାଉଥିବା ବେଳେ ବର୍ଷା ହେଲେ ଘର ଭିତରେ ପାଣି ଜମି ରହୁଥିବା କହିଛନ୍ତି । ଏଭଳି ସ୍ଥିତିରେ ବୃଦ୍ଧବୃଦ୍ଧା ଦୁହେଁ ନିଜ ଭାଗ୍ୟକୁ ଆଦରି କଷ୍ଟ ଦାୟକ ଜୀବନ ଯାପନ କରନ୍ତି । ଘର ଖଣ୍ଡିଏ ପାଇଁ ରାମପତି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଦୌଡ଼ିଥିଲେ ସୁଧା ବୃଦ୍ଧ ଅବସ୍ଥା ହୋଇଗଲା ପଛେ ଘର ଖଣ୍ଡିଏ ମିଳିନଥିବା ରାମପତି ଅଭିଯୋଗ କରିଛନ୍ତି । ହେଲେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେଉଁ ଆବାସ ଯୋଜନା ଗୁଡିକ କରିଛନ୍ତ ତାହା କାହା ପାଇଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଏଭଳି ଯେ ଏହି ଗୋଟିଏ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିନାହାନ୍ତି ବରଂ ପ୍ରତି ପଞ୍ଚାୟତରେ ଶତାଧିକ ଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ନପାଇ ଦୁର୍ଦିନରେ ଜୀବନ ବିତାଉଥିବା ପ୍ରକାଶ ପାଇଛି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାମପତି ବଳିଆରସିଂ ଙ୍କ ସମେତ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।


