ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮,୫୦୦ ଟଙ୍କା ଆଦାୟ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ରାଇକିଆରେ କିଛି ଅମାନିଆ ଘରୁ ବାହାରୁଥିବା ବେଳେ ମାସ୍କ ନ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏ ନେଇ ତହସିଲଦାର ସାରଦା କାନ୍ତି ଦଳେଇ ନିଜେ ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରିଥିବା ୩୮ ଜଣଙ୍କ ଠାରୁ ୮,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତହସିଲ କାର୍ଯ୍ୟାଳୟ ତରଫରୁ ଆର୍‌ଆଇ ଦୀପା ରଞ୍ଜିତା ପ୍ରଧାନ, ସୁଦର୍ଶନ ସାହୁ, ପରମାନନ୍ଦ ମଲ୍ଲିକ, ଭାବଚନ୍ଦ୍ର ପ୍ରଧାନ ପ୍ରମୁଖ ଜରିମାନା ଆଦାୟ କରିବା ସହ ବିଭିନ୍ନ ଦୋକାନରେ ସାମାଜିକ ଦୂରତା କିପରି ରକ୍ଷା କରାଯାଇପାରିବ ସେ ନେଇ ସଚେତନ କରାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ