ପାରଳା ବିଧାୟକଙ୍କ ଜରିଆରେ ବିଜେପି ସଭ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଜେପି ସଭ୍ୟମାନେ ୨୭ହଜାର ୫ଶହ ଟଙ୍କାର ଚେକ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କୁ ଆଜି ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୋଷାଣୀ ବ୍ଲକର ସଭ୍ୟମାନଙ୍କ ତରଫରୁ ଜି.ଶ୍ରୀଧର ନାୟିଡୁ ସାକ୍ଷାତ କରି ଚେକ୍‌ଟିକୁ ପ୍ରଦାନ କରିଛନ୍ତି । ବିଧାୟକ ରାଓ ଚେକ୍‌ଟିକୁ ଗ୍ରହଣ କରି ସାଧୁବାଦ ଦେବା ସହ କହିଥିଲେ, ଭରତବାସୀଙ୍କ ସୁରକ୍ଷା ଓ କରୋନା ଆକ୍ରାନ୍ତଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଆକ୍ରାନ୍ତକୁ ମାଗଣାରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଏଥି ସହ ବିଭିନ୍ନ ଭତ୍ତା,ମାଗଣା ରେସନ ଆଦି ସହ ଲୋକଙ୍କୁ ବିଭିନ୍ନ ଭାବେ ସାହାର୍ଯ୍ୟ କରି ଆସୁଛନ୍ତି । ମହତ୍ ଲୋକସେବାରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ବିନିଯୋଗ ହେଉଛି । ଏଭଳି ଜନ କଲ୍ୟାଣ କାର୍ଯ୍ୟରେ ସାମିଲ ହେବା ପାଇଁ ଗୋଷାଣୀ ବ୍ଲକର ବିଜେପି ସଭ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଏହା ଉଦାହରଣ ହେଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ