ମାହାଙ୍ଗାରେ ଦେହରେ ମାଟି ବୋଳି ପ୍ରତିବାଦ କଲେ ଚାଷୀ

ଭୁବନେଶ୍ୱର,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକମାରଣ ନୀତି କୃଷି ବିଲ୍‌କୁ ବିରୋଧ କରି ଆଜି କଟକର ମାହାଙ୍ଗାଠାରେ କୃଷକମାନେ ଏକ ଅଭିନବ ଉପାୟରେ ଦେହରେ ମାଟି ବୋଳି ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାର ଯଦି କୃଷକ, ଶ୍ରମିକ ବିରୋଧୀ ଦୁଇ କୃଷି ବିଲ୍‌କୁ ପ୍ରତ୍ୟାହର ନ କରନ୍ତି, ତେବେ ବାଧ୍ୟ ହୋଇ ଶହ ଶହ କୃଷକ ନିଜ ଦେହରେ ମାଟି ବୋଳି ପାର୍ଲାମେଣ୍ଟ ଓ ବିଧାନସଭା ଆଗରେ ପ୍ରତିବାଦ କରିବା ସହ ଏହି ବିଲ୍ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବିଧାନସଭା ଓ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିବେ । ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା ଚଳିବ ନାହିଁ, ବିଜେପି ସରକାର ତୁମେ ତୁରନ୍ତ କୃଷକ ବିରୋଧୀ ଆଇନ୍‌କୁ ପ୍ରତ୍ୟାହାର କର,ଆଦି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ମହାଙ୍ଗାର ମଣିଯୋରୀଠାରେ ଭାରତର ପ୍ରଥମ କୃଷକ ମନ୍ଦିର ସମ୍ମୁଖରେ କୃଷକନେତା ପ୍ରତାପ ସାହୁଙ୍କ ନେତୃତ୍ୱରେ ନ୍ୟାସନାଲ ଆଲିଏନ୍ସ ଅଫ ପିପୁଲସ ମୁମେଣ୍ଟ, ଓଡ଼ିଶା ଆବାହକ କଲ୍ୟାଣ ଆନନ୍ଦ, ଚାଷୀନେତା ହଳଧର ଦାସ ନିଜ ଦେହରେ ମାଟି ବୋଳି କୃଷକ ମନ୍ଦିର ସମ୍ମୁଖରେ ହାତଯୋଡ଼ି କେନ୍ଦ୍ର ସରକାରଙ୍କୁ କୃଷି ବିଲ୍ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣିଯୋରୀ, ବରାହିପୁର, ଗୋକନ ପଞ୍ଚାୟତର ବହୁ ଚାଷୀ ଏଠାରେ ଏକତ୍ରିତ ହୋଇ କୃଷକ ବିରୋଧୀ ଆଇନ୍‌କୁ ବିରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ