ମାୟାର ମହକ
ପ୍ରାଣର ମହକ ରୂପକ ଝଲକ
ଜୀବନ ଅମୃତ ଧାରା
ଝିିପି ଝିପି ବର୍ଷା ଝର ଝର ଝର
ଜଳ ନଦୀ ତୀର
ମାୟା ପଞ୍ଜୁରୀରେ ମାୟାର ଶାରି
ଲୌହ ଶିକୁଳିରେ ବନ୍ଧା
ସୁଖ ଦୁଃଖ ମାୟା ମୋହର ପାବନ୍ଧି
ବନ୍ଧନେ ଜୀବନ ବନ୍ଧା
ସକାଳରୁ ସଞ୍ଜ ସଞ୍ଜରୁ ସକାଳ
ଧାଉଁଥାଏ ନିଃଶ୍ୱାସେ ନିଃଶ୍ୱାସରେ
ଜୀବନ ଏମିତି ବିଶ୍ୱାସ ବାଆ
ବହୁଥାଏ ଖରତରେ
ମନ ଗହନରେ ସୁବାସିତ ଫୁଲ
ନୀଳ ଆକାଶର ତାରା
ପୂର୍ଣ୍ଣିମାର ଚାନ୍ଦ ଆଲୋକିତ ଆଭା
ଶୀତ ସକାଳର ଖରା
ପ୍ରେମମତ୍ତ ହୋଇ ବନାନୀ କୋଳରେ
ନାଚଇ ପୁଚ୍ଛକୁ ଟେକି
ତରୁଲତା ଗୁଳ୍ମ ଦ୍ରୁମ ନବଜନ୍ମ
ଗ୍ରିଷମ ବିଷମ ଦାଉରୁ
ଲଭିଲେ ସବୁଜ ଦଳେ ବିଶୋଭିତ
ମଉସୁମି ଆସିଯିବାରୁ
ଜୀବନର ସଜ୍ଞା ସ୍ମୃତିର ବାଲୁକା ବେଳାରେ
ମୁକ୍ତିହୀନ ଶାମୁକା ମାୟାରେ ମହକେ ।
ପ୍ରଜ୍ଞା ମହାନ୍ତି
ବିଜେବି ନଗର, ଭୁବନେଶ୍ୱର
ମୋ : ୮୨୪୯୩୫୫୭୨୦