କୋରନା ଆଗରେ ହାରିନି ଦେଶଭକ୍ତି

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶ ଭକ୍ତି ,ଓ ମନୋରଞ୍ଜ ପୂର୍ବକ ସ୍ୱାଧୀନତା ଦିବସ ପାଳନ କରାଯାଉ ଥିଲା | ପ୍ରତ୍ୟକ ଅନୁଷ୍ଠାନରେ ଦେଶ ଭକ୍ତି ସହ ଏହି ଦିବସ ପାଳନ କରାଯାଉଥିଲା | କିନ୍ତୁ ବର୍ତ୍ତମାନ କୋରନା ଏହି ପରିସ୍ଥିତିରେ ଆଉ ଆଗ ଭଳି ସ୍ୱାଧୀନତା ଦିବସ ପାଳନ କରାଯାଇପାରିବ ନାହିଁ , ପ୍ରତ୍ୟକ ସରକାରୀ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ବିନା କୋଳହରେ ଏହି ଦିବସକୁ ପାଳନ କରାଯିବ | ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆଉ ଛାତ୍ର ଛାତ୍ରୀ ଉପସ୍ଥିତ ରହିବେ ନାହିଁ ବିନା ଛାତ୍ର ଛାତ୍ରୀ ରେ ହି ଉଡ଼ିବ ଜାତୀୟ ପତାକା | ମହାମାରୀ ର ଏହି ପରିସ୍ଥିତିକୁ ଆଖି ଆଗରେ ରଖି କିଛି ଜିଲ୍ଲାରେ କିଛି ଅଳ୍ପ ପରିମାଣରେ କୋଳହ ରହିବ ଓ କିଛି ଜିଲ୍ଲାରେ ବିନା କୋଳହ ରେ ଜାତୀୟ ଦିବସ ପାଳନ କରାଯିବ ବୋଲି ପ୍ରଶାସନ ତରଫ ରୁ ସୂଚନା ଦିଆଯାଇଛି | ଏସବୁ ରେ ମଧ୍ୟ ଦେଶ ଲୋକମାଙ୍କର ଦେଶଭକ୍ତି କମିଯାଇନି , ସେମାନେ ପ୍ରଶାସନର ନିୟମକୁ ମାନି ନିୟମାନୁସାରେ ଜାତୀୟ ପତାକା ଉତ୍ତୋଳନ କରିବେ | ଓ ଦେଶ ଭକ୍ତି ଜାତୀୟ ସଂଗୀତ ମଧ୍ୟ ଗାନ କରିବେ , ଲୋକମାଙ୍କର କହିବାନୁସାରେ ମହାମାରୀ ବର୍ତ୍ତମାନ ସମୟରେ ବୋହୁ କ୍ଷତି କରିସାରିଲାଣି ବୋହୁ ଜୀବନ ମଧ୍ୟ ନେଇସାରିଲାଣି ,କିନ୍ତୁ ତଥାପି ମନୋବଳ ନ ଭାଙ୍ଗି ଆଗକୁ ବଡିବାକୁ ପଡିବ , ଓ ନିଜର ଜାତୀୟ ପତାକାର ସମ୍ମାନ ରଖିବାକୁ ପଡିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ