୩ ଟି ଗାଁ କୁ ୭୨ ଘଣ୍ଟା ସଟଡାଉନ

ତିର୍ତୋଲ,( ଅଭିଷେକ ତ୍ରିପାଠୀ ): ତିର୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ଗ୍ରାମ ପଞ୍ଚାୟତ ର ରା଼ମିଜିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୁତାଣୁର ଲକ୍ଷଣ ଦେଖା ଯିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ୱାବ ଓ ରକ୍ତ ନମୁନା ଟେଷ୍ଟ ପାଁଇ ପଠାଯାଇଥିଲାଏବଂ ମଙ୍ଗଳବାର ଦିନ ପଜିଟିଭ ଚିହ୍ନଟ ହେବ ପରେ ସଂଗେ ସଂଗେ ତାଙ୍କୁ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା | ଅନ୍ୟପକ୍ଷରେ ପଞ୍ଚାୟତ ତରଫରୁ ବିଳମ୍ବରେ ହେଲେ ମଧ୍ୟ ଆଜି ଠାରୁ ୭୨ଘଣ୍ଟା ପର‌୍ୟ୍ୟନ୍ତ ୩ଟି ଗ୍ରାମ କୁ ରାମୀଯପାଟଣା, ପଇଡ଼ପାଟଣା ଓ ତେରତlଙ୍ଗ ଗ୍ରାମ କୁ ପ୍ରବେଶ ଏବଂ ପ୍ରସ୍ଥାନ ଜାଗାରେ ବାଉଁଶ ବାନ୍ଧିବା ସହିତ ଆତସ ବାଜି ସାହାଯ୍ୟରେ ପ୍ରଚାର କରାଯାଇ | ଆସନ୍ତା ସୋମବାର ଦିନ ୧୦ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଗଲା ବୋଲି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ଘୋଷଣା କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ