ମା କନକଦୂର୍ଗା ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ପୂଜା ପାଉଥିବା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା କନକଦୂର୍ଗା ମନ୍ଦିର ର ରତ୍ନମୁଦ ଉତ୍ସବ, ମନ୍ଦିର ର ପାଶ୍ଵ ଦେବୀ ସ୍ଥାପନା, ମନ୍ଦିର ପରିସର ରେ ଥିବା ଶ୍ରୀ ରାମ ମନ୍ଦିର ରେ ନୂତନ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇଛି। ଗାଁ ର ତେଲେଙ୍ଗା ପୋଖରୀ ରୁ ପାଣି ତୋଳା କାର୍ଯ୍ୟ କରାଯାଇ ଏହି ଧାର୍ମିକ କାର୍ଯ୍ୟକ୍ରମ ର ଆରମ୍ଭ କରା ଯାଇଥିଲା। ମନ୍ଦିର ପୂଜକ ଭାବେ ପୂର୍ଣ୍ଣ ପାଣି, କୃଷ୍ଣ ଚନ୍ଦ୍ର ମିଶ୍ର, ଅନ୍ତର୍ଯ୍ୟାମୀ କର, ବସୁଦେବ ମିଶ୍ର, ବିଜୟ କୁମାର ମିଶ୍ର,ସଞ୍ଜୟ ମିଶ୍ର, ଚନ୍ଦ୍ର ଶେଖର ମିଶ୍ର, ଲୋଚନ ମିଶ୍ର ପ୍ରମୁଖ ପଣ୍ତିତ ମାନେ ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ, ମନ୍ଦିର ର ରତ୍ନମୁଦ କାର୍ଯ୍ୟ, ମନ୍ଦିର ର ପାଶ୍ଵ ଦେବୀ ଙ୍କ ସ୍ଥାପନା, ମନ୍ଦିର ପରିସର ରେ ଥିବା ଶ୍ରୀ ରାମ ମନ୍ଦିର ରେ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ କରିଥିଲେ। କ୍ଷମାନିଧି ତ୍ରିପାଠୀ,ଅବନିନ୍ଦ୍ର ତ୍ରିପାଠୀ,ବନ ବିହାରୀ ଦାଶ, ସୁକାନ୍ତ ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ, ବୀରବର ସାହୁ, ହରିହର ସାହୁ, ଦ୍ୱିଜବର ସାହୁ,ପ୍ରକାଶ ସାହୁ, ସନ୍ତୋଷ ଦାଶ, ଗୁର ଭୋଇ, ଗଗନ ଭୋଇ, ଛବି ମଲ୍ଲିକ,ରଜନୀକାନ୍ତ ତ୍ରିପାଠୀ, ଗୌରୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଗ୍ରାମ ବାସୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ତ୍ତା ଭାବେ ମନୋଜ ଦାଶ, ଜୟକୃଷ୍ଣ ଶତପଥୀ ଓ ଦୂର୍ଗା ମିଶ୍ର କର୍ତ୍ତି ଭାବେ ଗୀତାଞ୍ଜଳି ଦାଶ,ବନିତା ଶତପଥୀ ଓ ନିବେଦିତା ମିଶ୍ର ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟକ୍ରମ କରିଥିଲେ। ଏହି ଉତ୍ସବ ପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି।


