ମା’ କିଚକେଶ୍ବରୀଙ୍କ ସୁନାବେଶ ଅନୁଷ୍ଠିତ, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ବରୀଙ୍କ ପୀଠରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ଖୁଟିଂ ପୀଠ ଚଳଚଞ୍ଚଳ ହୋଇ ଉଠିଛି ମା ଙ୍କ ସୁନାବେଶ ଦେଖିବାକୁ ସକାଳୁ ଭକ୍ତ ଙ୍କ ଗହଳି ଲାଗିଥିଲା । ଏହି ମନ୍ଦିର ମହାଭାରତ ଯୁଗ ସହିତ ଓତଃପ୍ରୋତଭାବେ ଜଡ଼ିତ। ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ବିଶେଷ ଭାବେ କାର୍ତିକ ପୂର୍ଣ୍ଣିମାରେ ମା’ଙ୍କ ଦୁର୍ଲ୍ଲଭ ସୁନା ବେଶ ଦେଖିବାକୁ ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ଓ ଭକ୍ତ ଙ୍କ ଭିଡ଼ ଜମିଥିଲା ।ଏହି ମନ୍ଦିରଟି ବିଶ୍ବରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିର୍ମାଣ କରାଯାଇଛି। ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି। ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲ ମଧ୍ୟ କର୍ଭିକ ପୁର୍ଣିମା ଦିନ ମା’ଙ୍କ ସୁନାବେଶରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ମନ୍ଦିରକୁ ଫୁଲରେ ସଯାଇବାକୁ ସ୍ଥିର ହେଇଥିଲା। ପ୍ରେସ କ୍ଲବ ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ସୁଦୂର କଲିକତାରୁ ଫୁଲ ସଜ୍ଜା କାରିଗର ଆସି ଫୁଲ ଓ କାଗଜରେ ସୁନ୍ଦର ଭବେ ସାଜସଜ୍ଜା କରିଥିଲେ । ମା’ଙ୍କ ସୁନାବେଶ ସକାଳ ୭ଘଟିକା ଠାରୁ ଦିବା ୩ ଘଟିକା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲା ରହିଥିଲା । ଭକ୍ତ ମାନେ ମୁଖ୍ୟ ଦ୍ବାର ଦେଇ ପ୍ରବେଶ କରି ମା’ଙ୍କ ସୁନାବେଶ ଦର୍ଶନ କରି ସଂଗ୍ରହାଳୟ ପଟେ ପ୍ରସ୍ଥାନ କରିଥିଲେ । ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସିଙ୍ଗଡ଼ା ପଟୁ ଆସୁଥିବା ବଡ଼ ଗାଡି ଗୁଡିକ ଖିଚିଂ ମହାବିଦ୍ୟାଳୟ ପଡିଆ ଓ ଛୋଟ ଚାରିଚକିଆ ଗାଡି ଗୁଡିକ ଖିଚିଂ ମେଳା ପଡିଆରେ ପାର୍କିଙ୍ଗ ନିମନ୍ତେ ସ୍ଥିର କରାଯାଇଥିବା ବେଳେ ଚଢେଇଭୋଳ ପଟୁ ଆସୁଥିବା ଗାଡି ଗୁଡିକ ହାଟ ପଡିଆରେ ପାର୍କିଙ୍ଗ କରିବାକୁ ସ୍ଥିର କରାଯାଇଥିଲା ।ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରି ଶାନ୍ତିଶୃଙ୍ଖଳା ସହିତ ଦର୍ଶନ ନିମନ୍ତେ ପୋଲିସ ପକ୍ଷରୁ ଏକ ଅସ୍ଥାୟୀ ଫାଣ୍ଡି କରାଯାଇ ଥିଲା । ଭିଡ଼କୁ ନିୟନ୍ତ୍ରଣ କରି ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେ ନେଇ ରରୁଆଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।ମନ୍ଦିର ପ୍ରଶାସନ ତରଫରୁ ଡ୍ରାଇଭର ମହାସଂଘ କୁ ପାର୍କିଙ୍ଗ ଓ ସ୍ବେଛାସେବୀ ଅନୁଷ୍ଠାନ ଭରସା ପରିବାର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସ୍ବେଛାସେବୀ ଙ୍କୁ କୁ ଭିଡ଼ ନିୟନ୍ତ୍ରଣ ନିମନ୍ତେ ନିୟୋଜିତ କରାଯାଇଥିଲା ।