ମା ଗେହ୍ଲାବାଇ ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାମଝାଟି ଗ୍ରାମ ର ଗ୍ରାମ ଦେବତୀ ମା ଗେହ୍ଲାବାଇ ଠାକୁରାଣୀ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ତିଆ ସ୍ଥିତ ସିଦ୍ଧ ମହାବୀର ଙ୍କ ସେବକ ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶତାଧିକ ଗ୍ରାମବାସୀ ନବବସ୍ତ୍ର ପିନ୍ଧି ନିକଟସ୍ଥ କୁଶଭଦ୍ରା ନଦୀ ରୁ କଳସ ରେ ପାଣି ତୋଳି ମନ୍ଦିର ନିକଟକୁ ଏକ ଶୋଭାଯାତ୍ରା ରେ ଆସିବା ପରେ ମନ୍ଦିର ପରିସର ରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ସମସ୍ତ ଗ୍ରାମବାସୀ ମାନଙ୍କ ସହଯୋଗ ରେ ମା ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଥିଲା। ଏଥିପାଇଁ ସମଗ୍ର ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।