ମା ଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା
ନିମାପଡ଼ା, (ସନ୍ତୋଷ ଦାସ):ଦଶହରା ଉତ୍ସବ ପାଳନ ଅବସର ରେ ନୟାହାଟ ନିକଟସ୍ଥ ଗଡ କରମଳା ଗ୍ରାମ ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା। ଗ୍ରାମ ରେ ପୂଜା ପାଇ ଆସୁଥିବା ମା କନକ ଦୁର୍ଗା ଙ୍କ ନିକଟରେ ଗ୍ରାମର ସମସ୍ତ ଗଡ ସାମନ୍ତ ପରିବାର ଗୁଡ଼ିକ ନିଜ ନିଜ ଘରେ ରଖିଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର କୁ ପୂଜା କରିଥିଲେ। ଏହାପରେ ଦଶହରା ପଡିଆ ଠାରେ ଦେବୀ ଙ୍କ ସମ୍ମୁଖରେ ସମରକଳା ପ୍ରଦର୍ଶନ କରିଥିଲେ ଯାହା ଏକ ନିଆରା ପରମ୍ପରା ଭାବେ ରହି ଆସିଛି କାହିଁ କେତେ କାଳରୁ।ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର କୁହନ୍ତି ଯେ, ଉତ୍କଳ ର ଗଜପତି କପିଳେନ୍ଦ୍ର ଦେବଙ୍କ ସମୟ ରେ ପ୍ରାଚୀ ଉପତ୍ୟକା ରେ ୫୮ ଟି ଗଡ଼ ସ୍ଥାପନା ହୋଇ ଗଡ଼ ସାମନ୍ତ ମାନଙ୍କୁ ଗଡ଼ ଗୁଡ଼ିକର ଦାଇତ୍ୱ ଦିଆଯାଇଥିଲା। ଗବେଷକ ଡଃ. ସନ୍ତୋଷ କୁମାର ମିତ୍ର କୁହନ୍ତି ଯେ, ଗଡ଼ ଗୁଡ଼ିକରେ କନକ ଦୁର୍ଗା ଇଷ୍ଟ ଦେବୀ ଭାବେ ପୂଜା ପାଇ ଆସୁଥିଲେ ଓ ଶାରଦୀୟ ପାର୍ବଣ ପୂଜା ଦେବୀ ଦୂର୍ଗା ଙ୍କ ର ପ୍ରସିଦ୍ଧ ପର୍ବ ଥିଲା। ଗଡୁଆ ସାମନ୍ତ ମାନେ ଦଶହରା ରେ ନିଜ ନିଜ ଅସ୍ତ୍ରଶସ୍ତ୍ର ଦେବୀ ଦୂର୍ଗା ଙ୍କ ନିକଟରେ ପୂଜା କରି ସମରକଳା ଶିକ୍ଷା ଆରମ୍ଭ କରୁଥିଲେ। ଯୁଧ୍ୟ ସମୟ ରେ ଗଡୁଆ ମାନେ ଗଜପତି ଙ୍କ ସୈନ୍ୟବାହିନୀ କୁ ସାହାଯ୍ୟ ସହଯୋଗ କରୁଥିଲେ। ଏବେ ଆଉ ସେ ବ୍ୟବସ୍ଥା ନାହିଁ। କେବଳ ଦେବୀ ଦୂର୍ଗା ଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା କରିବା ଏକ ପରମ୍ପରା ଭାବେ ରହି ଆସିଛି।