ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ମହିଳା ମହାସଂଘ ସୁରକ୍ଷା ୨୩ ପକ୍ଷରୁ ଅମରେଶ୍ୱର- ଚଉରାଶୀ ମୁଖ୍ୟ ରାସ୍ତାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ଓ ସମିତି ସଭ୍ୟା ଝରଣା ସାହୁ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଗୋଟିଏ ଗୋଟିଏ ନଡ଼ିଆ ଚାରା ରୋପଣ କରିବା ପରେ ମହିଳା ମହା ସଂଘର ଶତାଧିକ ମହିଳା ଆମ୍ବ, ପଟାସ, ଆକାଶି, ଫାଶୀ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଅରକ୍ଷିତ ଭୋଇ, ମହିଳା ମହାସଂଘ ସଭାନେତ୍ରୀ ସୀମା ଦାଶ, ସମ୍ପାଦିକା ମିନାକ୍ଷୀ ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ ବି କେଙ୍କ ସହିତ ୧୪ ଜଣ ସିଆରପି,୩୦ ଜଣ ଇସି ମେମ୍ବର ଯୋଗ ଦେଇଥିଲେ।