ମା ପାଟଖଣ୍ଡାଙ୍କ ଠାକୁରାଣି ଯାତ୍ରା ପଂଚମ ଦିନରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ମା ପାଟଖଣ୍ଡାଙ୍କ ଠାକୁରାଣି ଯାତ୍ରା ପ ଂଚମ ଦିନରେ । ଗୁରୁବାର ହୋଇଥିବାରୁ ମା ସହରପରିକ୍ରାମରେ ଯ୍‌ାଇନାହାନ୍ତି । ଅସ୍ଥାୟୀ ପିଠରେ ମାଙ୍କ ସକାଳ ମଙ୍ଗଳ ଆଳତୀକରିବା ପରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା ହୋଇଛି । ଏହାପରେପରେ ଅସ୍ଥାୟୀ ପିଠରେ ସଂନ୍ଧ୍ୟା ଆଳତୀ ହୋଇଥିଲା । ମନୋରଂଜନ ନିମନ୍ତେ ନିଳଚକ୍ର ଭଜନ ସଂନ୍ଧ୍ୟା ର ଆୟୋଜନ କରାଯାଇଥିଲା ଆୟୋଜକ ସମିତି ଦ୍ୱାରା । ଏହି ଭଜନ ସଂନ୍ଧ୍ୟାତଥା ଷ୍ଟାଡିୟମ ଠାରେ ହୋଇଥିବା ମିନାବଜାର ଓ ଦୋକାନ ଷ୍ଟଲ ମାନଙ୍କ ଉଦଘାଟନ ନିମନ୍ତେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନାଦାସ ଯୋଗଦେଇଥିଲେ ଜଗନ୍ନାଥ ତଥା ମା ପାଟଖଣ୍ଡାଙ୍କ ଫୋଟରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଠାକୁରାଣି ଯାତ୍ରା କମିଟିର ଉପଦେଷ୍ଟା ଡଃ ଶୁସାନ୍ତ କୁମାର ଦାସ ପରିଚାଳନା କରିଥିଲେ । ସମିତିର ସମ୍ପାଦକ ଭଗବତୀ ପ୍ରସାଦ ସାବତ ସହସମ୍ପାଦକ ସୁଜିତ କୁମାର ପାଳ ,ଏ ଶ୍ରୀନିବାସ ଦୋରଇ,ମଦନ ମୋହନ ପାଢୀ ପ୍ରମୁଖ ମଂଚାସିନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ