ମା’ ପିତାବଳୀ ଦେବୀଙ୍କ ଐତିହାସିକ ଲଠା ପୂଜା ଆରମ୍ଭ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡ଼ିମିରିଗୁଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାବଳୀ ଦେବୀଙ୍କ ଐତିହାସିକ ପ୍ରସିଦ୍ଧ ଲଠା ପୁଜା ଆରମ୍ଭ ହୋଇଯାଇଛି। ପ୍ରାୟ ୧୦୦ ବର୍ଷ ରୁ ଅଧିକ ସମୟ ଧରି ଏହି ଗାଁରେ ମା’ଙ୍କ ଏହି ଲଠା ପୁଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବହୁ ଆଡମ୍ବରରେ ଏହି ପୁଜା ଆରମ୍ଭ କରାଯାଇଛି। ଗାଁରେ ରହୁ ଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସମସ୍ତ ଗ୍ରାମବାସୀ ମିଳିତ ଭାବରେ ଏହି ପୁଜା କରି ଆସୁଥୁବାରୁ ଏହି ପୁଜା ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବହୁ ବର୍ଷ ପୂର୍ବେ ଏହି ଗାଁର ଜଣେ ଦଳିତ ଗରିବ ଚାଷୀ ମା’ଙ୍କ ମନ୍ଦିର ନିର୍ମାଣ ହୋଇଥିବା ଜାଗାରେ ହଳ କରୁଥିଲେ। ହଳ କରୁଥୁବା ସମୟରେ ନଙ୍ଗଳର ମୁନ ମାତିତଳେ ଥିବା ଏକ ପଥରେ ବାଜିଯିବାରୁ ସେଇଠୁ ପ୍ରଥମେ କ୍ଷୀର ଓ ପରେ ରକ୍ତ ବୋହିବା ଦେଖିବାକୁ ମିଳିଥିଲା। ଏହାପରେ ଚାଷୀ ଜଣକୁ ମା’ଙ୍କ ସ୍ୱପ୍ନାଦେଶ ଦେଇଥିଲେ। ସକାଳୁ ଚାଷୀଜଣଙ୍କ ଗାଁ ମୁଖିଆ ମା’ ଆବିର୍ଭାବ ହେବା କଥା କହିବା ପରେ ପ୍ରାଣ ତ୍ୟାଗ କରିଥିଲେ। ସେହିଦିନଠାରୁ ଏହି ଗାଁ ରେ ମା’ଙ୍କ ପୁଜା ରୀତିନୀତି ଅନୁସାରେ ନିଷ୍ଠାର ସହ ଗ୍ରାମବାସୀ ପାଳନ କରିଆସୁଛନ୍ତି। ତେବେ ଚଳିତ ବର୍ଷ ମା’ଙ୍କ ପୁଜା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କ ଆବାହନ କରିବା ପରେ ମନ୍ଦିରରେ ମା’ଙ୍କ ମୁଖ୍ୟ ପୂଜକ ବାଲ୍ମୀକ ଭୁକ୍ତା ଓ ଅନ୍ୟ ପୂଜକମାନଙ୍କ ଦ୍ୱାରା ପୁଜା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜାକାମିଟି ସଭାପତି ରଘୁପତି କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ କୁଇ ସମାଜର ଯୁଗ୍ମ ସମ୍ପାଦକ ମହେନ୍ଦ୍ର ମଳିକ, ଡ଼ିମିରିଗୁଡା ସରପଞ୍ଚ ମନୋଜ କୁମାର କହଁର, ପୂର୍ବତନ ସରପଞ୍ଚ ମାସିଆ ମଳିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I କାର୍ଯ୍ୟକ୍ରମକୁ ପୂଜା କମିଟି ଉପସଭାପତି ଜଗନ୍ନାଥ ଦିଗାଲ ଓ ଅନନ୍ତ କହଁର, ଶିବପ୍ରସାଦ ଭୁକ୍ତା, ସମ୍ପାଦକ ଶମ୍ଭୁ ଡିଗାଲ, କୋଷାଧକ୍ଷ ବିମ୍ବାଧର ଭୁକ୍ତା, ଖ୍ରୀଷ୍ଟ ମଣ୍ଡଳୀ ସଦସ୍ୟ ଦିବାକର ଦିଗାଲଙ୍କ ସହ ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ I ଅନ୍ୟପଟେ ପ୍ରଥମ ସନ୍ଧ୍ୟାରେ ନୟାଗଡ଼ ଜିଲା ଆଖରିଆ ଯାତ୍ରା ରଙ୍ଗମହଲର କଳାକାର ମାନଙ୍କ ଦ୍ୱାରା କାଳ୍ପନିକ ନାଟକ ପରିବେଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ