ମା’ ବୁଢ଼ୀ ଜାଗୁଲାଇ ପୀଠରେ ୮୦ ବର୍ଷର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଧାମନଗର ବ୍ଲକ ରାଧାବଲ୍ଲଭପୁର ସ୍ଥିତ ମା’ ବୁଢ଼ୀ ଜାଗୁଲାଇ ପୀଠ ପରିସରରେ ୮୦ ବର୍ଷର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ। ଗୁରୁବାର ସଖାଳୁ ବନ୍ଧଟିଆ ନାଣ୍ଡି ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରି କଳସ ଶୋଭାଯାତ୍ରା ଆସି ପୀଠରେ ପହଞ୍ଚିଥିଲେ। ପରେ ଅଷ୍ଟପ୍ରହରୀ ନାମଯଜ୍ଞ ରାଧାକୃଷ୍ଣଙ୍କ ସହିତ ନିତାଇ ଗୌରଙ୍କ ପୂଜା ଯଥା ରିତିନୀତିରେ ଆରମ୍ଭ ହୋଇଥିଲା। ଏଥିରେ  ୫ଦଳ କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ବିଭିନ୍ନ ଶୈଳୀରେ ନାମ କରିଥିଲେ । ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗୁରୁବାର ବୈଠକିରେ ବିଭିନ୍ନ ସଂକୀର୍ତ୍ତନ ସହିତ ନଗର ପରିକ୍ରମା କରାଯାଇ ଦଧିଭାଣ୍ଡ ଭଙ୍ଗନ କରାଯାଯିବ। ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ପ୍ରସାଦ ସେବନର ସହ କୁଞ୍ଜକୁ ସୁନ୍ଦର ଭାବେ ସଜ୍ଜା ଯାଇଥିଲା। ରାଧାବଲ୍ଲଭପୁର ଗ୍ରାମବାସୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କର୍ତ୍ତା ଭାବେ ଗୋବିନ୍ଦ ପାଢ଼ୀ ଓ ପୂଜକ ଭାବେ ଶ୍ରୀ ଦିବାକର ଦାଶ  ଦ୍ଵାରା ସମସ୍ତ ନୀତି କାର୍ଯ୍ୟ ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ