ମା ବୁଢ଼ୀ ଠାକୁରାଣୀ ଙ୍କ ପୀଠ ରେ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ

ନିମାପଡ଼ା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ବେଲପଡା ଗ୍ରାମସ୍ଥିତ ମା ବୁଢ଼ୀ ଠାକୁରାଣୀ ଙ୍କ ପୀଠରେ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ଏହି ତିନି ଦିନ ବ୍ୟାପି ମହାଯଜ୍ଞ ୧୩ତାରିଖ ରୁ ଆରମ୍ଭ ହୋଇ ରଜ ସଂକ୍ରାନ୍ତି ଦିବସରେ ପୂର୍ଣ୍ଣାହୁତି ହୋଇଅଛି |ଏହି ମହାଯଜ୍ଞ ରେ ଜାହାଙ୍ଗୀରପୁର ଗ୍ରାମର ବିଜୟ କୁମାର ସାହୁ କର୍ତ୍ତା ହୋଇଥିଲେ | ଏହି ଯଜ୍ଞରେ ଜାହାଙ୍ଗିରପୁର, ବାସୁଦେଇପୁର, ବେଲପଡା,ଚହଟା, ଭାଣପୁର, ସାନହୁଲି, କେଶରାଇପୁର, ତୁଳସୀପୁର ପ୍ରଭୁତି ଗ୍ରାମରୁ ଶତାଧିକ ଭକ୍ତ ଯୋଗ ଦେଇଥିଲେ | ମା ବୁଢ଼ୀ ଠାକୁରାଣୀ ଟ୍ରଷ୍ଟ ର ସମସ୍ତ ସଭ୍ୟ ଓ ମନ୍ଦିର ର ମୁଖ୍ୟ ପୂଜକ ବଂଶୀଧର ମିଶ୍ରଙ୍କ ସମେତ ମା ଦୁଲ୍ଲାଦେଇ ଯୁବକ ସଂଘ ର ସମସ୍ତ ସଭ୍ୟ ତିନି ଦିନ ଧରି ସହଯୋଗ କରିଥିଲେ |ଏହି ମହାଯଜ୍ଞ ରେ ୪୦ ଜଣ ପୁରୁଷ ଓ ମହିଳା ପବିତ୍ର ପ୍ରାଚୀ ନଦୀ ରୁ କଳସ ଉଠେଇ ଶୋଭାଯାତ୍ରା ରେ ଆସିଥିଲେ | ଏହି ଯଜ୍ଞ ରଜଉତ୍ସବ ଅବସର ରେ ଅନୁଷ୍ଠିତ ହୋଇଥିବାରୁ ପୀଠରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ