ମା’ ମଙ୍ଗଳାଙ୍କ ଚନ୍ଦନ ବେଶ

କାକଟପୁର (ଜୁଗାବ୍ଦ ନ୍ୟୁଜ୍‍): ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ କାକଟପୁର ମା’ ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତରୁ ମଙ୍ଗଳ ଆଳତୀ, ଉଲାଗି, ସ୍ନାନ ମାର୍ଜନା, ବସ୍ତ୍ର ଲାଗି, ଅଳଙ୍କାର ଲାଗି, ସୂର୍ଯ୍ୟପୂଜା, ବଲ୍ଲଭ ଅବକାଶ, ସକାଳ ଧୂପ, ଦି୍ୱପ୍ରହର ଧୂପ, ଭଅଣ୍ଡ-ଅବକାଶ ପରେ ମା’ ମଙ୍ଗଳାଙ୍କ ପହୁଡ଼ ପଡ଼ିଥିଲା । ପହୁଡ଼ ପରେ ସଂଧ୍ୟା ଅଳତୀ କରି ମା’ଙ୍କୁ ମାଘ ସ୍ନାନ କରାଯାଇ ସର୍ବାଙ୍ଗକୁ ଚନ୍ଦନରେ ଲେପ ଦିଆଯାଇଥିଲା । ମା’ଙ୍କର ଏହି ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳଭିଡ଼ ଲାଗିଥିଲା । ରାତିରେ ବେଢ଼ାସ୍ଥିତ ପତିତପାବନଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ପତିତପାବନଙ୍କୁ ପହଣ୍ଡି କରାଯାଇ ଅଣସର ମଣ୍ଡପକୁ ନିଆଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ