ମା ମଙ୍ଗଳା ଙ୍କ ମନ୍ଦିର ରେ ପ୍ରଥମ ପାଳିଯାତ୍ରା ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ଚୈତ୍ରମାସ ର ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ପ୍ରସିଦ୍ଧ ଝାମୁଯାତ୍ରା। ଆଜି ମନ୍ଦିର ରେ ନେତୋତ୍ସବ କରାଯାଇ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାତଃ ୩ଟା ରେ ମନ୍ଦିର ଖୋଲାଯାଇ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥିଲା। ମାତୃଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯାଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡ଼ି ରେ ଯାଇ ମା ଙ୍କୁ ଦର୍ଶନ କରିଥିଲେ। ଦିନ ପ୍ରାୟ ୧ଟା ବେଳେ ମା ଙ୍କ ସେବକ ମାନେ ମନ୍ଦିର ଚୁଡ଼ା କୁ ଯାଇଚୁଡ଼ା ରେ ଥିବା ଚକ୍ର କୁ ଶୁଦ୍ଧ ଜଳ, ଚୁଆ,ଚନ୍ଦନ ରେ ସ୍ନାନ କରାଇ ଥିଲେ। ପୂଜା ପଣ୍ଡା ଏକ ନୂଆ ନେତ (ପତାକା) କୁ ମା ଙ୍କ ନିକଟରେ ଲାଗି କରି ପଟୁଆର ରେ ମନ୍ଦିର ବେଢ଼ା ପରିକ୍ରମା କରାଇଥିଲେ। ଏହି ସମୟ ରେ ମନ୍ଦିର ବେଢ଼ା ରେ ନିକଟସ୍ଥ ବେହେରା ସାହି ରୁ ଆସିଥିବା ଗୋପାଳ ଭକ୍ତ ମାନେ ସିଂଘା ବଜାଇ, ଲଉଡି ଖେଳ ପ୍ରଦର୍ଶନ କରିଥିଲେ। ନୂଆ ନେତ (ପତାକା) କୁ ମନ୍ଦିର ଚୁଡ଼ା କୁ ନିଆଯାଇ ନେତୋତ୍ସବ ଅନୁଷ୍ଠିତ ହୋଇଥିଲା। ନେତୋତ୍ସବ ପରେ ଝଙ୍କଡ ରୁ ଆସିଥିବା ପାଟୁଆ ସ୍ଥାନୀୟ ପାଟୁଆ ଙ୍କ ସହିତ ଏକ ବିରାଟ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ କୁ ଯାଇ ଦଣ୍ଡ ପୂଜା ଓ ଘଟସ୍ଥାପନ କରି ମନ୍ଦିର କୁ ଆସିଥିଲେ। ଝଙ୍କଡ ରୁ ଆସିଥିବା ପାଟୁଆ ମନ୍ଦିର ବେଢାରେ ଓ ସ୍ଥାନୀୟ ଅଞ୍ଚଳ ର ପାଟୁଆ ମାନେ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥିଲେ। ମାତୃ ଭକ୍ତ ଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳ ର ସୁବନ୍ଦୋବସ୍ତ କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣିସିଞ୍ଚନ କରାଯାଇଥିଲା । ଆଜି ଅନୁଷ୍ଠିତ ପ୍ରଥମ ପାଳି ଯାତ୍ରା ରେ କମଳ ଲୋଚନ ଦିକ୍ଷୀତ ପାଳିଆ ସେବକ ଭାବେ ଓ ରଘୁନାଥ ଦିକ୍ଷୀତ ପୂଜାପଣ୍ଡା ଭାବେ କାର୍ଯ୍ୟ କରିଥିଲେ। ପ୍ରଥମପାଳି ଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ି ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ