ମା ରାମାୟାଣାମ୍ମାଙ୍କ ମନ୍ଦିରର ପୁନଃ ପ୍ରତିଷ୍ଠା ଚତୁର୍ଥ ବାର୍ଷିକୀ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ଗ୍ରାମ୍ୟଦେବୀ ତଥା ମା’ରାମାୟାଣାମ୍ମାଙ୍କ ମନ୍ଦିର ପୁନଃପ୍ରତିଷ୍ଠାର ଚତୁର୍ଥ ବାର୍ଷିକୋତ୍ସବ ମନ୍ଦିର ପରିଚାଳନା କମିଟି ଓ ସୀତାରାମପଲ୍ଲୀ ଗ୍ରାମ୍ୟକମିଟି ପକ୍ଷରୁ ମହାଆଡମ୍ବର ପାଳିତ ହୋଇଯାଇଛି । ଆଜି ସକାଳୁ ମା’ଙ୍କପୂଜା କାର୍ଯ୍ୟକ୍ରମ ଅଭିଷେକ, କୁଙ୍କୁମ ଅର୍ଚ୍ଚନା, ହୋମ ଶିବପାର୍ବତୀ କଲ୍ୟାଣ ଏବଂ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା । ଦିନତମାମ ଭକ୍ତମାନଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା ହୋଇଥିଲା । ଅପରାହ୍ନ ୪ ଘଣ୍ଟା ଠାରୁ ୬ଘ ପର୍ଯ୍ୟନ୍ତ ମହିଳାମାନଙ୍କ ଦ୍ୱାରା କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା । ଏନ୍‌.ଧନଞ୍ଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ସମସ୍ତ ପୂଜା କାର୍ଯ୍ୟ ପରିଚାଳନା ହୋଇଥିବା ବେଳଏ ଆନ୍ଧ୍ରପ୍ରଦେଶର ମୋହନ ସ୍ୱାମୀଙ୍କ ତତ୍ତ୍ୱାବଧାନରେ ବାଜାବାଦ୍ୟ କାର୍ଯ୍ୟ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ଭି.ତ୍ରିନାଥ ରାଓ, ସମ୍ପାଦକ ବି.ଶ୍ରୀନିବାସ, ଉପସଭାପତି ଏ.ରାବଣା ରାଓ, କୋଷାଧ୍ୟକ୍ଷ କେ. ଚନ୍ଦ୍ରଶେଖର ରେଡ୍ଡୀ, ଜ୍ୟେର୍ତିବିଦ୍ ଡ.ପ୍ରମୋଦ କୁମାର ପାତ୍ର, କେ.ରାମ ବାବୁ, ବାବୁଲି ସାହୁ, ରବୀନ୍ଦ୍ର ନାଥ ସାହୁ, ଟି. ଚନ୍ଦ୍ରଶେଖର ରାଓ, ରାଜେନ୍ଦ୍ର କୁମାର ସାହୁ, ସି.ଏଚ୍‌. ପୂର୍ଣ୍ଣ କୁମାର, ଏସ୍‌. ଦାଲେୟା ରେଡ୍ଡୀ, ଏସ୍‌. କାମେଶ ରେଡ୍ଡୀ, ଏନ୍‌.ପାର୍ସେୟା ରେଡ୍ଡୀ, ଏସ୍‌. ଗିରିଶଙ୍କର ରେଡ୍ଡୀ, ଆର.ପ୍ରକାଶ ରାଓ, ସି.ଏଚ୍‌. ମୋହନ ରାଓ, ଜି.ଜଗଦୀଶ ରେଡ୍ଡୀ, ଏସ୍‌.ୱାର୍ଦ୍ଧା ରେଡ୍ଡୀଙ୍କ ସମେତ ବହୁସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ