ମା ସୁବର୍ଣ୍ଣ ମୁଖୀ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ବ୍ଲକ ଅନ୍ତଗର୍ତ ଦୋବଲ ପଂଚାୟତ ଶୋଧ ଧର୍ମ ପଡିଆରେ ମା ସୁବର୍ଣ୍ଣ ମୁଖୀ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଉଦଘାଟନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦାନ କରିଥିଲେ ଦୋବଲ ପଂଚାୟତ ର ସରପଞ୍ଚ ଶ୍ରୀମତୀ ଚମ୍ପାବତୀ ଦଳାଇ , ସମାଜ ସେବି ଅଶୋକ ପଣ୍ଡା ଓ ମୃତ୍ୟୁଞ୍ଜୟ ପତି ଫିତା କାଟି ଖେଳଟିକୁ ଆରମ୍ଭ କରିଥିଲେ। ଆଜିକାର ମ୍ୟାଚରେ ଦୁଇ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଶେଖର କ୍ଲବ ଓ ଯାଜପୁର ଜିଲ୍ଲା ର ଇଞ୍ଜିନପୁର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଭଣ୍ଡାରିପୋଖରୀ କ୍ଲବ ଟସ ଜିତି ବ୍ୟାଟିଂ ଜାରିରଖି ୨୦ଓଭର ବିଶିଷ୍ଟ ଖେଳରେ ୧୫୨ରନ କରିଥିଲେ ତାର ଜବାବ ରେ ଇଂଜିନ ପୁର କ୍ଲବ ୧୮ଓଭର ଖେଳି ତାର ମୂଲ୍ୟବାନ ୫ଗୋଟି ୱେଇକେଟ ହରାଇ ଆଜିକାର ଉଦଘାଟନ ମ୍ୟାଚ ରେ ବିଜୟୀ ହୋଇଥିଲା। ଆଜିକାର ଖେଳରେ ଧାରାବିବରଣୀ ବସନ୍ତ ପୃଷ୍ଟି ଓ ସ୍କୋରର ସମୀର ସାହୁ, ଖେଳ ପରିଚାଳନା ଦାୟିତ୍ୱ ରେ ବିବେକ ସାମଲ ଓ ପ୍ରଶାନ୍ତ ନନ୍ଦ କ୍ଷେତ୍ର ରକ୍ଷଣ ଦାୟିତ୍ୱ ରେ ସଞ୍ଜୟ ପୃଷ୍ଟି ଓ ଅନ୍ୟ ମାନେ ପ୍ରମୁଖ ଦାୟିତ୍ୱ ରେ ଥିଲେ।


