କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଭୂମିକମ୍ପ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ରାଇକିଆ, ଦାରିଙ୍ଗବାଡି, କ.ନୂଆଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ରାତ୍ର ୯.୪୦ ରେ ୪ ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୁତ ହୋଇ ଥିବାରୁ ଭୟରେ ସମସ୍ତେ ଘର ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଏ ନେଇ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବାର ସୁଚନା ମିଳିନାହିଁ ।


