ମିତବ୍ୟୟିତା ଦିବସରେ ଗଡ଼ିଲା ସଞ୍ଚୟ ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଞ୍ଚୟ ରଥ ପରିକ୍ରମା ରବିବାର ଶୁଭାରମ୍ଭ ହୋଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ପତକା ଦେଖାଇ ଏହି ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା ସହ ଜନସାଧାରଣ ମଧ୍ୟରେ ମିତବ୍ୟୟତା ଓ ସ୍ୱଳ୍ପ ସଂଚୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି ଅଧିକାରୀ ଦ୍ୱୟ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ପ୍ରଜ୍ଞା ମିଶ୍ର, ଉପଖଣ୍ଡ ସ୍ୱଳ୍ପ ସଂଚୟ ଅଧିକାରିଣୀ ଶୁଭଶ୍ରୀ ମାନ୍ନାଙ୍କ ସମେତ ସ୍ୱର୍ଣ୍ଣପ୍ରିୟା ଦାସ, ବାସୁଦେବ କର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଏଥିରେ ଉପସ୍ଥିତ ଥିଲେ ।


