ମିଳିତ ନିଶା ନିବାରଣ ଅଭିଯାନ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :- ‘ମିଳିତ ନିଶା ନିବାରଣ ଅଭିଯାନ’ (ମନା)ର ଏକ ବୈଠକ ନେଳିଆବାଗସ୍ଥିତ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ବିବରଣୀ ଉପସ୍ଥାପନ କରିଥିଲେ । ଆସନ୍ତା ଜୁଲାଇ ୩ ତାରିଖରେ ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିକଟରେ ବାଲେଶ୍ୱର-ମୟୂରଭଞ୍ଜ ଜିଲାରେ ନିଶା ବିରୋଧରେ କାର୍ଯ୍ୟ କରୁଥିବା ସଂଗଠନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଆଲୋଚନାଚକ୍ର ସମ୍ପର୍କରେ ଶ୍ରୀମତୀ ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ‘ମନା’ର ରାଜ୍ୟ ସଭାପତି ପଦ୍ମଚରଣ ନାୟକ ଓ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେବେ । ଏଥିରେ ବାଲେଶ୍ୱର ଜିଲା ଶାଖାର କର୍ମକର୍ତ୍ତାଙ୍କ ସମେତ ସମସ୍ତ ବ୍ଲକରୁ ସର୍ବନିମ୍ନ ଦୁଇଜଣ ପ୍ରତିନିଧି ଯୋଗଦେବାକୁ ଶ୍ରୀମତୀ ମହାପାତ୍ର ନିବେଦନ କରିଛନ୍ତି । ଏଥି ସହିତ ବାଲେଶ୍ୱର ଜିଲାରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ଦାବିକୁ ଏହି ବୈଠକରେ ଦୃଢ ସମର୍ଥନ କରାଯାଇଛି । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବାକୁ ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶଙ୍କ ସମେତ ଉପଦେଷ୍ଟା ସୁବ୍ରତ କର, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ରାଉତ, ପ୍ରସନ୍ନ କୁମାର ପାଢ଼ୀ, ଗୀତଞ୍ଜଳି ସିଂହ, କ୍ରୀଷ୍ଣା ସାହା, ସ୍ନେହଲତା ପତିି, ଗୌରାଙ୍ଗ ପାଣିଗ୍ରାହୀ, ବେଣୁଧର ସାହୁ, ଶ୍ୟାମସୁ୍ନ୍ଦର ଜେନା ଓ ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କଲ୍ୟାଣୀ ନନ୍ଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।