ମିଶନଶକ୍ତି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରାଯିବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମହିଳା ମାନଙ୍କର ଆର୍ଥିକ ବିକାଶ ଓ ଆତ୍ମନିର୍ଭରଶୀଳତା କରାଇବା ସହ ସେମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ମିଶନଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଗାଈ, ଛେଳି, କୁକୁଡା, ମାଛ ଓ ମେଣ୍ଢା ପାଳନ ପାଇଁ ଋଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମିଶନ ଶକ୍ତିର ଏକ ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ଏଥିପାଇଁ ମିଶନଶକ୍ତିର ବ୍ଲକ ସ୍ତରୀୟ ମହିଳା ମହାସଙ୍ଘ ଓ ପଂଚାୟତ ସ୍ତରୀୟ ମହାସଙ୍ଘ ପାଣ୍ଠିରୁ ଆବଶ୍ୟକୀୟ ଋଣ ଆଶାୟୀ ଥିବା ଗୋଷ୍ଠିର କର୍ମକର୍ତ୍ତାମାନଙ୍କୁ ପ୍ରଦାନ କରାଯିବ । ଏହି ବୈଠକରେ ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ଓଏଲଏମର ଡିପିଏମ ସତ୍ୟଭାମା ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ରଙ୍କ ସମେତ ପଶୁସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ