ମିଶନ ଜୀବିକା ଦ୍ୱାରା ଚାଉଳ ଓ ବିହନ ବଣ୍ଟନ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଗସ୍ତ ରେ ଦିନିକିଆ ଆସି ପ୍ରକଳ୍ପ ପ୍ରଶାସକ ଫାଲଗୁନୀ ମାଝୀ ପଥରଗଡ ଗ୍ରାମ ରେ ଅନୁସୂଚିତ ଜାତି ଜନଜାତି ବର୍ଗ ର ୫୦ଚାଷୀ ଙ୍କୁ ମକା ଭୋଳୀ ଅନେକ ବିହନ ବଣ୍ଟନ କରିଛନ୍ତି I ଏହା ଶହ ମହିଳା ମଣ୍ଡଳ ୩୫ଜଣଙ୍କୁ ଚାଉଳ, ଗହମ, ମକା କଳ ବଣ୍ଟନ କରିଛନ୍ତି I ଜିଲ୍ଲା ମିଶନ ଜୀବିକା ଓ ଆଇଟିଡିଏ ପକ୍ଷରୁ ଚାଷୀ ମାନେ ବିହନ ପାଇ ଚାଷ କରି ପରିବାର ପୋଷଣ କରୁଛନ୍ତି ଏଵଂ ମହିଳାଙ୍କୁ ମଧ୍ୟ ରୋଜଗାର ପନ୍ଥା ଦେଇଛି ଏହି କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ସମ୍ମାନିତ ଶିଶୁବିକାଶ ଅଧିକାରିଣୀ ଲଳିତା ମଲିକ, ପ୍ରଜେକ୍ଟ୍ ମେଞ୍ଜର ଗୌତମ ସ୍ୱାଇଁ ସଞ୍ଜୟ ଛଟେଇ, ମିଶନ ଜୀବିକାର କର୍ମ କର୍ତ୍ତା ଉପସ୍ଥିତ ଥିଲେ I