ମିଶନ ଶକ୍ତିର ମହିଳା ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବ୍ଳକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ମିଶନ ଶକ୍ତିରେ କାର୍ଯ୍ୟରତ ଏମଵିକେ ଓ ସିଆରପି ମାନେ ପ୍ରାୟ ୭୨ ଜଣ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଜୀବିକା ମିଶନର ବିପିଏମ୍ ଲତିକା ଦେବୀ ଓ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଉକ୍ତ ତାଲିମ ପ୍ରଦାନ କରଯାଇଥିଲା । ଏହିଭଳି କାର୍ଯ୍ୟକ୍ରମରେ ମହିଳାଙ୍କୁ ଅନେକ ସାହାସ ଯୋଗାଇବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ । ମହିଳା ମାନଙ୍କୁ ସଶକ୍ତିକରଣ କରିବା, ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜରେ ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ସାଙ୍ଗକୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରି କିପରି ମହିଳା ମାନେ ନିଜ ସୁରକ୍ଷା ନିଜେ କରି ପାରିବେ ସେଠି ପ୍ରତି ସରକାର ପ୍ରୟାସରତ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ