“ମୁଁ ଚାହେଁ ସ୍ୱଚ୍ଛ ପରିବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସ୍ଥିତ  ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ “ମୁଁ ଚାହେଁ ସ୍ୱଚ୍ଛ ପରିବେଶ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ତରଙ୍ଗ କନ୍ଧମାଳ, ନେହେରୁ ଯୁବକେନ୍ଦ୍ର ଫୁଲବାଣୀ, ମହିଳା ଜୀବିକା ସୁରକ୍ଷା ମଂଚର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତ ସଂଗଠନର ବହୁ କର୍ମକର୍ତ୍ତାମାନେ ଏକଜୁଟ୍‍ ହୋଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ପରିସର ମଧ୍ୟରେ ଥିବା ଅଳିଆ ଆବର୍ଜନା ଏକାଠି କରିବା ସହିତ ଚତୁପାର୍ଶ୍ବ ସଫେଇ କରିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ, ବିପିଏଚ୍‍ଓ ଡ଼.ସତିକାନ୍ତ ମଲିକ, ବିିପିଏମ୍‍ ରାଜ କିଶୋର ସାହୁ, ବିଏଏସ୍‍ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ରାଜବାଳା ସିଂ, ଚନ୍ଦ୍ରକାନ୍ତ ପ୍ରଧାନ, ବିକାଶ ପ୍ରଧାନ, କମଳାକାନ୍ତ ପ୍ରଧାନ, ଯାଜ୍ଞସେନୀ ପ୍ରଧାନ, ସଜିତ୍‍ ନାୟକ, ନକୁଳ ପ୍ରଧାନ, ରଘୁନାଥ ନାୟକ, ଜୀବିକା ସୁରକ୍ଷା ମଂଚର ବ୍ଳକ ସଂଯୋଜିକା ସସ୍ମିତା ମଲିକଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ