ମୁକୁଳା ବିଦ୍ୟୁତ ଟ୍ରାନସଫରମର ଯୋଗୁଁ ଗାଈର ମୃତ୍ୟୁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଆଜି କାକଟପୁର ବ୍ଲକ କଟକଣା ପଞ୍ଚାୟତର ଧୂଳ ସାହୁଙ୍କର ଏକ ଗାଈର ମୃତ୍ୟୁ ଘଟିଛି। ଗାଈ ଟି ଚରୁଥିବା ବେଳେ ମୁକୁଳା ପଡ଼ିଥିବା ଟ୍ରାନ୍ସଫରମର ସଂସ୍ପର୍ଶରେ ଆସିଯାଇ ବିଦ୍ୟୁତ ଆଘାତ ପାଇ ଅକାଳରେ ମୃତ୍ୟୁ ବରଣ କରିଛି l ଅନେକ ଦିନ ଧରି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ ଉକ୍ତ ଟ୍ରାନ୍ସଫରମର କୁ ଆବଦ୍ଧ ନକରିବା ହେତୁ ଆଜି ଏକ ଗାଈର ଜୀବନ ଚାଲିଯାଇଛି । ସୌଭାଗ୍ୟ କୁ କୌଣସି ବ୍ୟକ୍ତି ମୃତ୍ୟୁ ଘଟିନାହିଁ।ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବା ସହିତ ମୁକୁଳା ପଡ଼ିଥିବା ଟ୍ରାନସଫରମର କୁ ଆବଦ୍ଧ କରାଯିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।