ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡି କର୍ମୀଙ୍କ ଦାବିପତ୍ର ଓ ଧାରଣା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଂଜାମ ଜିଲ୍ଲା ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟଠାରେ ଭାରତୀୟ ମଜଦୁର ସଂଘ ଅଧୀନସ୍ଥ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିସ୍ ୱାର୍କର୍ସଙ୍କ ସଙ୍ଘ ତରଫରୁ ସଂଘର ସଭାପତି କବିତା କୁମାରୀ ସାହୁ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରେରଣ କରିଛନ୍ତି I ଓ ଦାବି ପୁରଣ ହେବା ପଯ୍ୟନ୍ତ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି । ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରହିଛି ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଛଅ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମିନି ଅଙ୍ଗନବାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ,ଅବସରକାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ପେନସନ ମାସିକ ପାଞ୍ଚ ହଜାର ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ,ଗାଆଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ, ଅଙ୍ଗନୱାଡି କର୍ମୀଙ୍କୁ ପ୍ରି- ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ ଏବଂ ୫୦% ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ପ୍ରଦାନ I ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଥିବା ସଂଘ ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ପ୍ରକାଶ କରିଛନ୍ତି I ଦାବି ପୂରଣ ହେବା ପଯ୍ୟନ୍ତ ଧlରଣା ଦେବାସହ ଆନ୍ଦୋଳନ ଜାରି ରହିବ ବୋଲି ସଭାନେତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ