ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ
କଟକ, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଯାଦବ ମହାସଭା ଓଡ଼ିଶାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°. ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ମହାସଭାର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇଛନ୍ତି । ବିଧାନସଭା ନିର୍ବାଚନରେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ପରିସରକୁ ଆସିଥିବା କଣ୍ଟାବାଞ୍ଜି ବିଧାୟକ ତଥା ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ବିଭାଗର ସଭାପତି ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାରୁ ମହାସଭା ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ଶ୍ରୀ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ଉତ୍କଳ ଯାଦବ ମହାସଭା ପକ୍ଷରୁ ଦାବୀ କରାଯାଇଛି । ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ଗୀତା ରାଣୀ ଦାସ,କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, ପ୍ରିତିରଞ୍ଜନ କାଠୁଆ ଓ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।