ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଅଟୋ ଚାଳକ ଙ୍କ ସମେତ ୬ ଆହାତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ଅନଙ୍ଗପୁର ଗାଁ ନିକଟ ମୁଖ୍ୟରାସ୍ତା ରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି ୦୭ ଜେଡ -୬୮୭୨) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ଅଟୋ ଚାଳକ ଙ୍କ ସମେତ ୬ ଜଣ ଆହାତ ହୋଇଛନ୍ତି।ଆହାତ ମାନେ ହେଲେ ଦିଗପହଣ୍ଡି ସାନବ୍ରାହ୍ମଣ ସାହିର ଦନାର୍ଦ୍ଦନ ମହାରଣା ତାଙ୍କ ସ୍ତ୍ରୀ ଶକୁନ୍ତଳା ମହାରଣା, ଜକରାପଲ୍ଲୀ ଗ୍ରାମର କୁନି ଗୌଡ଼,କେ.ନୂଆଗାଁ ଥାନା ଗୌଡ଼ ଗାଁ ର ଲବଙ୍ଗ ବେହେରା,ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମର ରମା ଗୌଡ଼,ପାଟପୁର ଥାନା ସାହସପୁର ଗ୍ରାମର ଅଟୋ ଚାଳକ ଭଗବାନ ସେଠୀ। ଆହାତ ମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦନାର୍ଦ୍ଦନ ମହାରଣା,ଶକୁନ୍ତଳା ମହାରଣା ଏବଂ କୁନି ଗୌଡ଼ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀ ମାନେ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଅଟୋ କୁ ଜବତକରି ମକଦ୍ଦମା ରୁଜୁ କରିଛନ୍ତି।


